ସୋପୋର ସିଆରପିଏଫ୍ କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ, ୨ଯବାନ ଆହତ

ନୂଆଦିଲ୍ଲୀ: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗି ଆକ୍ରମଣ କରିଛନ୍ତି। ଏହା ପରେ ପରେ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇ ଯାଇଥିଲା। ଆକ୍ରମଣସ୍ଥଳ ସୋପୋରର ମୁଖ୍ୟ ଛକ ଏବଂ ସେ ଅଞ୍ଚଳକୁ କର୍ଡନ କରାଯାଇଛି। ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ପୁଲିସ ଆହତ ହୋଇଛନ୍ତି। ତଲାସ ଓ ନିଷ୍କ୍ରିୟ ଅଭିଯାନ ଆରମ୍ଭ ହୋଇଛି। ସାବଧାନତାର ପଦକ୍ଷେପ ସ୍ୱରୂପ ସାପୋରରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି। ଗ୍ରେନେଡ୍‌ ଆକ୍ରମଣ ସମୟରେ ପାକିସ୍ତାନ ନୌଶେରା ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି।