ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ହିଜବୁଲ କମାଣ୍ଡରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଦକ୍ଷିଣ କଶ୍ମୀରରେ ଏକ ଅପରେଶନରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅଶରଫ ମୌଲବି ନିହତ ହୋଇଥିବା ଜଣାପଡିଛି । ଏହି ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଘାଟିରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧି ଅଭିଯାନରେ ବଡ ସଫଳତା ମିଳିଛି । ଏହି ଆତଙ୍କବାଦୀ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ପହଲଗାମର ବଟକୁଟ ଅଞ୍ଚଳରେ ହୋଇଥିବା ଅପରେଶନରେ ନିଜ ସାଥିଙ୍କ ସହ ନିହତ ହୋଇଛନ୍ତି ।