ସୁଟ୍‌କେସ୍‌ରୁ ମିଳିଲା ଭାରତୀୟ ବଂଶୋଦ୍ଭବ ଡାକ୍ତରାଣୀଙ୍କ ମୃତଦେହ

ନୂଆଦିଲ୍ଲୀ: ସିଡ୍‌ନିରେ ଭାରତୀୟ ବଂଶୋଦ୍ଭବ ଦାନ୍ତ ଡାକ୍ତରାଣୀଙ୍କ ମୃତଦେହ ଏକ ସୁଟ୍‌କେସ୍‌ରୁ ମୃତଦେହ ମିଳିଛି । ରବିବାରଠାରୁ ନିଖୋଜ ଥିବା ଏହି ଡାକ୍ତରାଣୀଙ୍କ ମୃତଦେହ ପୁଲିସ ମଙ୍ଗଳବାର ରାତିରେ ଉଦ୍ଧାର କରିଛି ।
ସୂଚନାଯୋଗ୍ୟ, ୩୨ ବର୍ଷୀୟ ଡାକ୍ତର ପ୍ରୀତି ରେଡ୍ଡୀଙ୍କ ମୃତଦେହକୁ ପୁଲିସ ତାଙ୍କ କାର୍‌ରେ ଥିବା ଗୋଟାଏ ସୁଟ୍‌କେସ୍‌ ମଧ୍ୟରୁ ଉଦ୍ଧାର କରିଛି। ଶବରେ ଏକାଧିକ ଛୁରାଘାତ କ୍ଷତ ରହିଛି। ମହିଳାଙ୍କ ମୃତ୍ୟୁ ଜନିତ ପରିସ୍ଥିତିକୁ ଯାଞ୍ଚ କରୁଥିବା କଥା ନିୟୁ ସାଉଥ୍‌ େଓ୍ଵଲ୍‌ସ୍‌ ପୁଲିସ କହିଛି। ସିଡ୍‌ନିଠାରୁ ପଶ୍ଚିମକୁ ୭୦ କିଲୋମିଟର ଦୂରରେ ଥିବା ବ୍ଲୁ ମାଉଣ୍ଟେନ୍‌ଠାରେ ଥିବା ଗ୍ଲେନ୍‌ବ୍ରୁକ୍‌ ଡେଣ୍ଟାଲ୍‌ ସର୍ଜରିରେ ସେ କାମ କରୁଥିଲେ। ରବିବାର ଦିନ ପ୍ରୀତି ତାଙ୍କ ପୂର୍ବ ପ୍ରେମିକଙ୍କ ସହ ସିଡ୍‌ନିର ସିବିଡି ଅନ୍ତର୍ଗତ ମାର୍କେଟ୍‌ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲ୍‌ରେ ରହିଥିଲେ। ସୋମବାର ରାତିରେ ଟାମ୍‌ଓ୍ଵର୍ଥର ଦକ୍ଷିଣରେ ଥିବା ନିୟୁ ଇଂଲଣ୍ଡ୍‌ ହାଇେଓ୍ଵରେ ଟ୍ରକ୍‌ ସହ ସାମ୍ନାସାମ୍ନି ଧକ୍କା ଯୋଗୁଁ ତାଙ୍କ ପୂର୍ବପ୍ରେମିକ ତଥା ଦାନ୍ତ ଡାକ୍ତରଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ପୂର୍ବ ପ୍ରେମିକ ହର୍ଷ ନାର୍ଦେଙ୍କ ସହ ପୁଲିସ ପ୍ରୀତିଙ୍କ ନିଖୋଜ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସିଡ୍‌ନି ଉପନଗରୀ ସେଣ୍ଟ୍‌ ଲେନାର୍ଡ ଠାରେ ଅନୁଷ୍ଠିତ ଦନ୍ତ ସମ୍ମିଳନୀରୁ ନ ଫେରିବାରୁ ରବିବାର ଦିନ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।