ସୀମାରେ ଚାହିଁଛି,କରୋନା ଯୋଦ୍ଧାଙ୍କୁ ଡରି ରାଜ୍ୟରେ ଆକ୍ଟିଭ୍ ହୋଇପାରୁନି କରୋନା ଭାଇରସ,ଯୋଦ୍ଧାଙ୍କୁ ବଳ ଦେଉଛନ୍ତି ସିଏମ୍ : କାର୍ଟୁନ ଭାଇରାଲ

ଭୁବନେଶ୍ୱର : ଦେଶ ଓ ସାରା ରାଜ୍ୟରେ କରୋନା ବିରୋଧୀ ଲଢେଇ ଯୋରଦାର ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟର କରୋନା ଯୋଦ୍ଧାଙ୍କୁ ନେଇ ଏକ ସାଙ୍କେତିକ କାର୍ଟୁନ ଭାଇରାଲ ହୋଇଛି । ଏହି କାର୍ଟୁନରେ ଦର୍ଶାଯାଇଛି କରୋନା ଭାଇରସ ଭୟଙ୍କର ରୂପରେ ଓଡିଶା ସୀମାରେ ରାଜ୍ୟକୁ ପଶିବାକୁ ଚାହିଁ ରହିଛି । ହେଲେ ରାଜ୍ୟରେ ଯେପରି ଲକଡାଉନ କଡା କଡି ପାଳନ କରାଯାଉଛି ଓ କରୋନା ଯୋଦ୍ଧାମାନେ ଓଡିଶା ସୀମାକୁ ଯଗି ରହିଛନ୍ତି ସେଥିରେ କରୋନା ଆସିବାକୁ ଡରୁଛି । ଆଉ ଏସବୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରୀକ୍ଷଣ କରୁଛନ୍ତି ଏବଂ କରୋନା ଯାଦ୍ଧାଙ୍କ ସାହାସ ଓ ମନବଳ ବଢାଇବାକୁ ପ୍ରେରଣା ଓ ପରାମର୍ଶ ଦେଉଛନ୍ତି । ଏହା ସହ ରାଜ୍ୟରେ କରୋନା ଲାଗି ଭିଭିନ୍ନ ବ୍ୟବସ୍ଥା ହୋିଥିବା କାର୍ଟୁନରେ ରହିଛି । କୋରନା ଯୋଦ୍ଧା ଓ ସିଏମ ନବୀନ ପଟ୍ଟନାୟକଙ୍କ ଏହି କାର୍ଟୁନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।