ସାମ୍ବାଦିକଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କରୋନା ଯୁଦ୍ଧରେ ସାମିଲ ସାମ୍ବାଦିକ ମାନଙ୍କ ମନ ବଳ ବଢାଇବ-ମାନସ ମଙ୍ଗରାଜ

ଭୁବନେଶ୍ୱର : କରୋନା ଭଳି ସ୍ଥିତିରେ ରାଜ୍ୟର କାର୍ଯ୍ୟକରୁଥିବା ସମ୍ବାଦିକ ମମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି ।  ସାମ୍ବାଦିକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଦେଶର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡିଶା ସରକାରଙ୍କ ଘୋଷିତ ଏହି  ରାଶି ସବୁଠୁ ଅଧିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରନା ଯୁଦ୍ଧରେ ସାମିଲ ଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ପ୍ରଦାନ ଘୋଷଣା କରିଥିବାରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ସ୍ୱାଗତ କରଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁୁ ଅଭିନନ୍ଦନ ଜଣାଇଛନ୍ତି ।

ସାମ୍ବାଦିକଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବୀମା ଘୋଷଣା କରୋନା ଯୁଦ୍ଧରେ ସାମିଲ ସାମ୍ବାଦିକ ମାନଙ୍କ ମନ ବଳ ବଢାଇବ-ମାନସ ମଙ୍ଗରାଜ

ଏଥିସହିତ ସେ କହିଛନ୍ତି କରୋନା ମୁକାବିଲା ଯୁଦ୍ଧରେ ଡାକ୍ତର , ସ୍ୱାସ୍ଥ କର୍ମୀ, ପୋଲିସ ସେବା ଯୋଗାଉଥିବା ପେସାଦାରଙ୍କ ପରି ସାମ୍ବାଦିକ ମାନେ ମଧ୍ୟ ନୀଜ ଜୀବନକୁ ବାଜି ଲଗାଇ ଏଥିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି କରୋନା ଯୁଦ୍ଧରେ ସାମିଲ ଥିବା ସାମ୍ବାଦିକ ମାନଙ୍କ ମନବଳ ବଢାଇବ ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କହିଛନ୍ତି ।