ସାମାଜିକ ଦୂରତାର ପାଠ ବଢାଇଲେ ବୋରିଗୁମ୍ମାର ଆଦିବାସୀ ମହିଳା : ଏମାନଙ୍କୁ ଠୁ ଶିଖ

ଏମାନଙ୍କୁ ଠୁ ସହରୀ ପାଠୁଆ ଶିଖ

ଭୁୁବନେଶ୍ୱର: ଏହି ଫଟୋରୁ ଆପଣ କଣ ଦେଖୁଛନ୍ତି । କରୋନା ସଂକ୍ରମଣକୁ ରୋକିବାକୁ ନଳକୂଅରୁ ପାଣି ନେବାକୁ ମହିଳାମାନେ ସାମାଜିକ ଦୂରତାରେ ଠିଆ ହୋଇଛନ୍ତି । ବୃତ୍ତକାଟି ସାମାଜିକ ଦୂରତା ବଜାୟ ରଖୁଛନ୍ତି ଓ ଜଣଙ୍କ ପରେ ଜଣେ ନଳକୂପରୁ ପାଣି ନେଉଛନ୍ତି । ଏହି ଫୋଟ କୈଣସି ସହରୀ ସଭ୍ୟତାର ନୁହେଁ । ଏହି ଫଟୋ ହେଉଛି ଉପାନ୍ତ ଆଦିବାସୀ ଅଞ୍ଚଳ କୋରାପୁଟ ଜିଲ୍ଲା ବୋରିଗୁମ୍ମାନର ଖୁଣ୍ଟିଆପଲ୍ଲାର ଦୃଶ୍ୟ । ଏହି ଫଟୋ ହେଉଛି ଅପ୍ରେଲ ୪ ତାରିଖର ଫଟୋ । ସାମାଜିକ ଦୂରତା ରଖିବାକୁ ନେଇ ଲୋକଙ୍କୁ ସଚେତନ କରାଯାଉଥିବାବଳେ ଏହି ଆଦିବାସୀ ଲୋକେ କିନ୍ତୁ ସାମାଜିକ ଦୂରତା କଣ ଭଲ ଭାବେ ବୁଝିଛନ୍ତି । ଆଉ ଏମାନଙ୍କ ଠୁ ସହରୀ ପାଠୁଆ ଲୋକେ ଶିଖିବା ଆବଶ୍ୟକତା ରହିଛି । ଯେଉଁ ମାନେ ନିଜକୁ ପାଠୁଆ କହି ବୁଲୁଛନ୍ତି ବାସ୍ତବିକ ସେମାନଙ୍କ ଠୁ ଏହି ଅପାଠୁଆ ଆଦିବାସୀ ମହିଳାମାନେ ଢେର ଗୁଣରେ ଅଧିକ ପାଠୁଆ ।
କରୋନା ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି । ସାମାଜିକା ଦୂରତା ବିନା କରୋନା ସଂକ୍ରମଣକୁ ରୋକିବା ସମ୍ଭବ ନୁହେଁ ବୋଲି ସରକାର ଓ ପ୍ରଶାସନ ଲୋକଙ୍କୁ ବୁଝାଉଛନ୍ତି । ଏହାକୁ ପାଳନ କରିବାକୁ ନିୟମ ପ୍ରୟନ ହେଉଛି । ସହରରେ ମାଳ ମାଳ ପୋଲିସ ବୁଲୁଛନ୍ତି । ତଥାପି ହାଟ ବଜାରରେ ସାମାଜିକ ଦୂରତା ମାନିବାକୁ ଲୋକେ ରାଜି ନାହାନ୍ତି । ଆଉ ଏହି ଫଟୋ ଦେଖିବା ପରେ ସେମାନେ ନିଜେ ନିଜେ ବୁଝିଯିବା ଦରକାର ।