ସପରିବାର ଘଣ୍ଟି ବଜାଇ ଜରୁରୀ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଖନ୍ତୁ ଭିଡିଓ..

କରୋନା ବିରୋଧରେ ମୋଦି ଦେଶବାସୀଙ୍କୁ ଏକାଠି କରିଛନ୍ତି- ଧମେନ୍ଦ୍ର

ଭୁବନେଶ୍ୱର : କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇବା ଓ ସେମାନଙ୍କ ମନବଳକୁ ବଢାଇବା ଲାଗି ଘଣ୍ଟ ଓ ତାଳି ବଜାଇବା ଲାଗି ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ସାରା ଦେଶରେ ସମର୍ଥନ ମିଳିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଧ୍ୟା ୫ଟାରେ ଆଜି ତାଙ୍କ ଦିଲ୍ଲୀ ବାସ ଭବବନରେ ସପରିବାର ଘଣ୍ଟି ବଜାଇବା ସହ ତାଳି ମାରିଥିଲେ । ଏପରି କରି କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପରିବାର ଦେଶର ଜରୁରୀ ସେବା ଯୋଗାଉଥିବା ଡାକ୍ତର , ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକଙ୍କ ପରି ବୃତ୍ତିଧାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତିି ।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରନା ବିରୋଧରେ ଦେଶବାସୀଙ୍କୁ ଏକାଠି କରିଛନ୍ତି ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଦ୍ୱାରା କୋଭିଡ-୧୯ ଶୃଙ୍ଖଳା ଭାଙ୍ଗିବା ପାଇଁ ଜନତା କର୍ଫୁକୁ ସମର୍ଥନ କରିବା କଥା ସେ ଉଲ୍ଲେଖ କରିଛନ୍ତି । ।


କରୋନା ଯୁଦ୍ଦ ଜିତିବା ଲାଗି ଓ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଜନତା କର୍ଫୁକୁ ସାରା ଦେଶରେ ସ୍ୱତ ଜନସମର୍ଥନ ମିଳିଛି । ଲୋକେ ଘରୁ ବାହାରି ନାହାନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ସାରା ଦେଶର ଲୋକେ ଆଜି ସଂଧ୍ୟା ୫ଟାରେ ଦେଶର ଜରୁରୀ ସେବାରେ ସାମିଲ ଥିବା ଲୋକମାନଙ୍କ ଲାଗି ଧନ୍ୟବାଦ ଜଣାଇଛନ୍ତି । ନିଜ ଘର ଅଗଣା, ଛାତ, ବାଲକୋନି ଓ ଦୁଆର ଆଗରେ ଠିଆ ହୋଇ ଗଣ୍ଟ, ଘଣ୍ଟି ଓ ତାଳିବଜାଇଛନ୍ତି ।