ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଜଣ ଗୁରୁତର

ସୁନ୍ଦରଗଡ:ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଜଣ ଗୁରୁତର । ରାତି ପ୍ରାୟ ୩ଟା ବେଳେ ହୋଇଛି ଏହି ଦୁର୍ଘଟଣା । ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିବା ବେଳେ, ଅନୁଗୁଳ ମହିଧରପୁର ନିକଟରେ ତାଙ୍କର କାର୍ ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଯୋଗେଶ ସିଂ ଏକ ବ୍ୟକ୍ତିଗତ କାମରେ ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିଲେ ।ସାମ୍ନାରୁ ଏକ ଟ୍ରକ୍ ତାଙ୍କ କାର ଆଡକୁ ମାଡି ଆସିବାରୁ, ତାଙ୍କ ଗାଡି ଡ୍ରାଇଭର ଦୁର୍ଘଟଣାକୁ ଏଡାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କର କାର୍ ଟି ଏକ ଗଛରେ ପିଟି ହୋଇଯାଇଥିଲା । ଏହା ପରେ ପରେ କାରଟି ଜଳି ଯାଇଥିଲା । ଦୁର୍ଘଟଣାରେ ଯୋଗେଶ ସିଂଙ୍କ ସହିତ ତାଙ୍କର ଡ୍ରାଇଭର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକେ ଉଦ୍ଧାର ପରେ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଇଥିଲୋ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି ।