ଶ୍ରୀ ସଦାଶିବ ସାମନ୍ତରାୟଙ୍କ ନାଲକୋର ନିର୍ଦ୍ଦେଶକ(ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ

ଶ୍ରୀ ସଦାଶିବ ସାମନ୍ତରାୟ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍‌(ନାଲକୋ)ର ନୂତନ ନିର୍ଦ୍ଦେଶକ(ବାଣିଜ୍ୟିକ) ଭାବେ ୨୨.୦୩.୨୦୨୨ ତାରିଖରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀ ସାମନ୍ତରାୟ ପନ୍ତନଗରସ୍ଥିତ ଜିବି ପନ୍ତ କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ୧୯୮୫ ମସିହାରେ ଦ୍ୱିତୀୟ ବ୍ୟାଚ୍ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ଭାବରେ ନାଲକୋରେ ନିଜର କାର୍ଯ୍ୟ ଆରମ୍ଭ କରି, ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି, ଉଭୟ ବୈଷୟିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ଦୀର୍ଘ ୩୬ ବର୍ଷର ଅଭିଜ୍ଞତା ହାସଲ କରିଛନ୍ତି । ସେ ଘରୋଇ ତଥା ବିଦେଶ ବଜାରରେ ଉତ୍ପାଦ ବିକ୍ରୟ ତଥା ବାଣିଜ୍ୟିକ ପ୍ରାଣାଳୀର ଅଭିବୃଦ୍ଧି ପାଇଁ ବାଣିଜ୍ୟିକ ନୀତି ତଥା ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାରେ ବିଶେଷ ଭାବରେ କାର୍ଯ୍ୟ କରିଛନ୍ତି । ଶ୍ରୀ ସାମନ୍ତରାୟ, ଗ୍ରାହକମାନଙ୍କ ସହ ବୁଝାମଣାପତ୍ର, ଏଲ.ଏମ.ଇ ସଂଯୁକ୍ତ ମୂଲ୍ୟ ପ୍ରଣାଳୀ, ଆଲୁମିନିୟମର ଏଲ.ଏମ.ଇ ପଞ୍ଜିକରଣ, ରପ୍ତାନୀ ପାଇଁ ଇ-ଟେଣ୍ଡର ବ୍ୟବସ୍‌ଥା, ବାଣିଜ୍ୟିକ ପୁସ୍ତିକା ପ୍ରସ୍ତୁତି ଏବଂ ବ୍ୟବସାୟରେ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ସହିତ ଯୋଗାଣ ଶୃଙ୍ଖଳା ଏବଂ ମୂଲ୍ୟ ସଞ୍ଚୟ ଆଦି କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପର କାର୍ଯ୍ୟକାରିତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଶ୍ରୀ ସାମନ୍ତରାୟଙ୍କୁ ଅଭିନନ୍ଦନ ଜଣାଇ ଜଣାଇବା ସହିତ, ନିର୍ଦ୍ଦେଶକ(ବାଣିଜ୍ୟିକ) ଭାବେ ତାଙ୍କର ଯୋଗଦାନ ଦ୍ୱାରା ନାଲକେ ବୋର୍ଡ ଆହୁରି ସୁଦୃଢ଼ ହେବ ବୋଲି ସିଏମଡି ଶ୍ରୀ ଶ୍ରୀଧର ପାତ୍ର ମତ ପ୍ରକାଶ କରିଛନ୍ତି ।