ଶ୍ରୀ ଲିଗଂରାଜ ସେନା ତରଫରୁ ଅଟୋ ଏବଂ ଟ୍ରଲି ରିକ୍ସା ଚାଳକକୁଂ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : ଶ୍ରୀ ଲିଗଂରାଜ ସେନା କାର୍ଯ୍ୟନିର୍ବାହୀ କମିଟି ପ୍ରସ୍ତାବିତ ଶୁଖିଲା ଖାଦ୍ୟ ବଣ୍ଟନ ଲିଗଂରାଜ ନୂଆମାର୍କେଟ ପରିସରରେ ସମ୍ପୂଣ୍ନ ରୂପରେଖ ନେଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ କରୋନା ମହାମାରୀକୁ ଖାତିର ନକରି ସାମାଜିକ ଦୁରତ୍ୱ ଏବଂ ମାସ୍କ ଆଊ ଲିଗଂରାଜ ସେନାର ପୋଷାକ ପିନ୍ଧି ଶତାଧିକ କର୍ମୀ ସ୍ୱେଛାକୃତ ଭାବେ ସ୍ୱେଛାସେବୀ ଭାବେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । କରୋନା ମହାମାରୀ ସମୟରେ ଲୋକକଂ ଦୁଃଖଦୁର୍ଦ୍ଧଶାକୁ ହୃଦୟଗଂମ କରି କିଛିବର୍ଗର ଲୋକଂକୁ ସାହାର୍ଯ୍ୟ କରାଯାଇଥିବା ବେଳେ ,ଅଟୋ,ଟ୍ରଲିରିକ୍ସାର ଶତାଧିକ ଡ୍ରାଇଭର ମାନକୁଂ ସାହାର୍ଯ୍ୟ କରିବାପାଇଁ ଲିଗଂରାଜ ସେନାର ଶତାଧିକ କର୍ମୀ ଅଣ୍ଟାଭିଡି ଅାଗକୁ ଆଗେଇ ଆସିଥିଲେ । ପୁରୁଣାଭୁବନେଶ୍ୱର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ  କରିଥିଲେ । ଅଭିନବ ଉପୟରେ ଅଭିନବ ଢଗଂରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ମରେ ବେସାହାର ଜୀବିକା ହରାଇଥିବା ଖଟିକିଆ ମେହନତ ଶ୍ରମିକର ମୁହଁରେ ହସ ଫୁଟାଇ ପାରିଥିବାରୁ ଏହି କାର୍ଯ୍ୟକର୍ମର ସର୍ବତ ପ୍ରଶଂସା କରାଯାଇଥିଲା । ଲିଗଂରାଜସେନାର ଏହି ପ୍ରଶଂସନୀୟ କାର୍ଯ୍ୟକୁ ପୁରୁଣାଭୁବନେଶ୍ୱର ତଥା ଆଖପାଖ ଅଚଂଳର ଜନସାଧାରଣ ସହଯୋଗର ହାତ ବଢାଇଥିବାରୁ ଲିଗଂରାଜ ସେନାର ସଭାପତି ରାଜେନ୍ଦ୍ର ସମର୍ଥା କୃତଗ୍ୟଂତା ଞାପନ କରି ଏହି କାର୍ଯ୍ୟକର୍ମକୁ  ସୂଚାରରୁପେ ନିଷ୍ଠାର ସହ କାର୍ଯ୍ୟକୁ ଆଗକୁ ନେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଧୀରେନ୍ ପଟନାୟକ, ଶ୍ୟାମସୁନ୍ଦର ମହାପାତ୍ର,ସେନାର ସଂମ୍ପାଦକ ବିରଚିଂ ପତି,କାର୍ଯ୍ୟକାରୀ ସଭାପତି ଅଚଂଳ ବଟୁ, ବେଣୁଧର ପାତ୍ର,କମଳାକାନ୍ତ ବଟୁ, ପ୍ରସନ୍ନ ମହାସୁଆର,ଦାଶରଥି ଗରାବଡୁ ,ଦେବୀ ପ୍ରସାଦ ନନ୍ଦ,ହେମନ୍ତ ପଣ୍ଡା,ନାରାୟଣ ମହାପାତ୍ର,ଦୀପକ  ମହାପାତ୍ର,ଗୋପନ ମହାସୁଆର,ସରୋଜ କୁମାର ପ୍ରଧାନ,ରମେଶ ମଲ୍ଲିଆ,ଶ୍ରୀକାନ୍ତ ପଣ୍ଡା,ଲୁଲୁ ମହାପାତ୍ର ,ସରୋଜ ପଣ୍ଡା,ପ୍ରତାପ ପଟନାୟକ,ଅମରେନ୍ଦ୍ର ଗରାବଡୁ ,ତପନ ରାଉତରାୟ,ଶିବ ବେହେରା,ଶିବ ରାୟ,ରବିନ୍ଦ୍ର ବିଶାେଇ, ଟୁଟୁ ପଣ୍ଡା, ଏବଂ ଅନ୍ୟାନ ସଭ୍ୟମାନେ ଉପସ୍ଥିତ ରହିଥିଲେ।