ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡିବ ନାହିଁ

ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି। ଏଏସଆଇ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି। ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁବିଧା ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି ।

ତେବେ ଏହା ଶ୍ରୀମନ୍ଦିର ପ୍ରତି କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ପୁରୀ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି ।