ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ। ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ କାମ ସମସ୍ତଙ୍କ ଦାୟିତ୍ୱ ।

ଯୋଜନା କେମିତି ସୁରୁଖୁରୁରେ ଆଗେଇ ଚାଲିବ ସେ ନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଗଜପତି ମହାରାଜ ଦିବ୍ୟ ସିଂହ ଦେବ କହିଛନ୍ତି ।