ଶ୍ରୀମନ୍ଦିରର ସଂସ୍କାର ପାଇଁ ବୈଠକ

ପୁରୀ: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଓ ବିଶୃଙ୍ଖଳାରେ ସଂସ୍କାର ଆଣିବାପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ । ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଯାଇଛି । ଏଥିରେ ଗଜପତି ମହାରାଜା, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଦେବୋତର କମିଶନର, ଆଇନ ବିଭାଗ ଅତିରିକ୍ତ ସଚିବ, ଶ୍ରୀମନ୍ଦିର ପରିଚାଳନା ସମିତିର ସଦ ସ୍ୟ, ବରିଷ୍ଠ ସେବାୟତ, ମୁକ୍ତି ମଣ୍ଡପର ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀମନ୍ଦିର ସେବା ପୂଜା, ରୀତିନୀତି ଏବଂ ବିଶୃଙ୍ଖଳା ଆଦି ପ୍ରସଙ୍ଗଳରେ ଆଲୋଚନା କରାଯାଇଛି ।