ଶଶୂର ଘରେ ଉତ୍ପାତ କରିବାରୁ ମାତାଲ ଜ୍ୱାଇଁକୁ ମାଡ ସହିତ ଥାନାରେ ଦେଲେ ଅଞ୍ଚଳବାସୀ

ବାରିପଦା :  ବାହାଘର ର ୧୨ବର୍ଷ ପରେ ଜ୍ୱାଇଁ ବାବୁ ଙ୍କ ଉତ୍ପାତ। ମାତାଲ ହୋଇ ଶଶୂର ଘରକୁ ଆସି ସ୍ତ୍ରୀ କୁ ମାରଧର କରିବାରୁ ଅତିଷ୍ଠ ହୋଇ ସାଇପଡିଶା ଲୋକେ ଜ୍ୱାଇଁ ସାହେବ ଙ୍କୁ ଉତ୍ତମ ମଧ୍ୟମ ଓ ଏତଲା ସହିତ ଥାନାରେ ଜିମା ଦେଲେ ।  ଏମିତି ଘଟଣା ଘଟିଛି ବାରିପଦା ୨୦ନଂ ଓ୍ୱାର୍ଡର ହିମାଂଶୁ ଶେଖର ମହାନ୍ତି ଙ୍କ ଘରେ। ୨୦୦୮ ରେ ହିମାଂଶୁ ଙ୍କ ସାନଝିଅ ଅନୀତା କୁ ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳର ମହାନ୍ତି ସାହିର ସ୍ୱର୍ଗତଃ ଦେବବ୍ରତ ଦାସ ଙ୍କ ସାନପୂଅ ଦେବାଶିଷ ଦାସ ଙ୍କ ସହିତ ବୈଦିକ ରୀତିନିତିରେ ବିବାହ କାରାଇଥିଲେ। ତେବେ ବିବାହର ୩-୪ବର୍ଶ ନଜାଉଣୁ ଦେବାଶିଷ ନିଜ ସ୍ତ୍ରୀ ସହିତ ଅଭଦ୍ର ବ୍ୟବହାର କରିବା ସହିତ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ପ୍ରଥମେ ଅନୀତା ସହିତ ତାଙ୍କ ବାପଘର ଲୋକେ ମଧ୍ୟ ସାମାନ୍ୟ କଳି ଭାବି ଚୁପ ରହୁଥିଲେ। ହେଲେ ୧୦ବର୍ଷ ଧରି ଦେଵାଶିଷ ର ଉତ୍ପାତ ଦିନକୁ ଦିନ ବଢିବାରୁ ଅନୀତା ର ବାପଘର ଲୋକେ ଶେଷରେ ଗତ ମାର୍ଚ୍ଚ ମାସରୁ ଅନୀତା କୁ ବାପଘରକୁ ନେଇ ଆସିଥିଲେ ମଧ୍ୟ କୌଣସି ଥାନା ପୋଲିସ କରି ନଥିଲେ। ଗତ ସପ୍ତାହରେ ଅନୀତା ଙ୍କ ବାପା ହିମାଂଶୁ ଶେଖର ଙ୍କ ହଠାତ୍ ଦେହ ଖରାପ ହେବାରୁ ତାଙ୍କ ଦୁଇପୁଅ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବାକୁ ନେଇଥିଲେ। ତେଣୁ ଘରେ କେହି ପୁରୁଷ ସଦସ୍ୟ ନଥିବାର ସୁଯୋଗ ନେଇ ଜ୍ୱାଇଁ ଦେବାଶିଷ ଶୁକ୍ରବାର ଦିନ ପ୍ରାୟ ୩ଟା ବେଳେ ଆକଣ୍ଠ ମଦ୍ୟପାନ କରି ଶଶୂର ଘରେ ପହଞ୍ଚି ଶାଶୁ ଓ ଘର ର ଅନ୍ୟ ମହିଳା ମାନଙ୍କୁ ଖରାପ ବ୍ୟବହାର କରିବା ସହିତ ଅନୀତା ଙ୍କୁ ମାରଧର୍ କରିବାକୁ ଲାଗିଲେ। ତେବେ ବହୁତ ସମୟ ଦେବାଶିଷ ପାଟିତୁଣ୍ଡ କରିବାରୁ ହିମାଂଶୁ ଙ୍କ ଦୁଇ ପୁଅଙ୍କ ସାଙ୍ଗ ମାନଙ୍କ ସହିତ ସାଇପଡିଶା ଲୋକେ ମଧ୍ୟ ସେଠାରେ ପହଞ୍ଚି ବିରୋଧ କଲେ। କିନ୍ତୁ ଦେବାଶିଷ ସେମାନଙ୍କୁ ମଧ୍ୟ ଅକଥ୍ୟ ଭାଷାରେ ଗାଳିଗୁଲଜ କରିବାରୁ ସମସ୍ତେ ମିଶି ଜ୍ୱାଇଁ ପୁଅଙ୍କୁ ଉତ୍ତମମଧ୍ୟମ ରେ ସତ୍କାର କରିବା ସହିତ ଅନୀତା ଙ୍କ ଦୁଇ ଭାଇ ଆସିବା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଧରି ଅଟକ ରଖିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେମାନେ ଆସିବା ପରେ ଅନୀତା ନିଜ ଲମ୍ପଟ ସ୍ୱାମୀ ଙ୍କ ନାମରେ ବାରିପଦା ଟାଉନ ଥାନାରେ ଏତଲା ଦେବାରୁ ଅଟକ ଥିବା ଦେବାଶିଷ ଙ୍କୁ ପାଖପଡିଶା ଲୋକେ ନେଇ ଥାନା ରେ ଜିମା ଦେଇଥିଲେ।  ଏତଲା ଆଧାର ରେ ଟାଉନ ଥାନା କେଶ ନଂ ୬୮୯/୯.୧୦.୨୦ ରୁଜୁ କରିବା ସହିତ ଦଫା ଆଇ.ପି.ସି. ୪୯୮’କ’/୩୨୩/୪୪୮/୩୦୭/୩୫୪/୨୯୪ ଏବଂ ୫୦୬ ଲଗାଇ ଆଜି ତା୧୦.୧୦.୨୦ ରିଖ ଦେବାଶିଷ ଙ୍କୁ କୋର୍ଟ୍ ଚାଲାଣ କରିଛି।