ଶପଥ ନେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛି । ମାନଙ୍କ ମନ୍ତ୍ରିମଣ୍ଡଳରେ ୧୦ ମନ୍ତ୍ରୀ ସାମିଲ୍ ହୋଇଛନ୍ତି । ୧୦ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମହିଳା ମନ୍ତ୍ରୀ ରହିଛନ୍ତି । ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ, ବିଧାୟକଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଶପଥ ଗ୍ରହଣ ପରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଆଲୋଚନା କରିଛନ୍ତି । ମାନଙ୍କ କ୍ୟାବିନେଟର ପ୍ରଥମ ବୈଠକ ଆଜି ଦିନ ୨ଟାରେ ବସିବ । ଯେଉଁଥିରେ ସରକାର କିଛି ବଡ଼ ଫଇସଲା ନେଇପାରନ୍ତି ।

ଆମ୍ ଆଦମୀ ପାର୍ଟିରୁ ଦ୍ୱିତୀୟ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ପ୍ରଥମଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୮ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ୧୦ ମନ୍ତ୍ରୀ କିଏ କେଉଁ ବିଭାଗ ପାଇବେ ତାହା ଘୋଷଣା କରାଯାଇ ନାହିଁ ।