ଲେଜର ଡିଫେନ୍ସ ସିଷ୍ଟମର ସଫଳତାପୂର୍ବକ ପରୀକ୍ଷା କଲା ଇସ୍ରାଏଲ

ଲେଜର ଡିଫେନ୍ସ ସିଷ୍ଟମର ସଫଳତାପୂର୍ବକ ପରୀକ୍ଷା କରିଥିବା ଦେଶଙ୍କ ଭିତରେ ସ୍ଥାନ ପାଇଛି ଇସ୍ରାଏଲ। ମିସାଇଲ ଡିଫେନ୍ସ ସିଷ୍ଟମ ‘ଆଇରନ୍ ବିମ୍‌’ର ସଳଫତାର ସହ ପରୀକ୍ଷଣ କରିବାର ଭିଡିଓ ସେୟାର କରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫତାଲି ବେନେଟ୍‌ ଏନେଇ ସୂଚନା ଦେଇଛନ୍ତି। ବେନେଟ୍‌ କହିଛନ୍ତି, ଯଦିଓ ଆପଣଙ୍କୁ ସାଇନ୍ସ ଫିକ୍ସନ ଫିଲ୍ମ ଭଳି ଲୋକ ଲାଗନ୍ତି, କିନ୍ତୁ ଏବେ ତାହା ବାସ୍ତବ ହୋଇସାରିଛି।

ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଫେନ୍ସ ସିଷ୍ଟମ ଖୁବ୍ କମ୍ ଖର୍ଚ୍ଚରେ ଏକ ଲେଜର ବିମ୍‌ର ବ୍ୟବହାର କରି ମାନବ ବିହୀନ ବିମାନ, ରକେଟ ଓ ମୋର୍ଟାରକୁ ଗୋଟିଏ ଥରରେ ନଷ୍ଟ କରିଦେବ।

ବେନେଟ୍ ପରୀକ୍ଷଣ ସମୟରେ ଏକ ଭିଡିଓ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ଇସ୍ରାଏଲ ନୂଆ ‘ଆଇରନ ବିମ୍’ ଲେଜର ଡିଫେନ୍ସ ସିଷ୍ଟମର ସଫଳତାର ସହିତ ପରୀକ୍ଷଣ କରିଛନ୍ତି। ଏହା ଦୁନିଆର ପ୍ରଥମ ଶକ୍ତି ସମ୍ପନ୍ନ ହତିଆର, ଯାହାକି ଏକ ଲେଜର ବ୍ୟବହାର କରି ମାନବ ବିହୀନ ବିମାନ, ରକେଟ ଓ ମୋର୍ଟାରକୁ ଗୋଟିଏ ଥରରେ ଧ୍ବଂସ କରିଥାଏ ଓ ତାହା ପୁଣି ମାତ୍ର ୩.୫୦ ଡଲାର(୨୬୮ ଟଙ୍କା) ଖର୍ଚ୍ଚରେ। ଶୁଣିବାରେ ଏହା ସାଇନ୍ସ ଫିକ୍ସନ୍ ଭଳି ଲାଗିଥାଏ, କିନ୍ତୁ ଏହା ସତ। ମିସାଇଲକୁ ଇସ୍ରାଏଲର ସରକାରୀ ପ୍ରତିରକ୍ଷା ଏଜେନ୍ସି, ରାଫେଲ ଆଡଭାନ୍ସଡ ସିଷ୍ଟମ ବିକଶିତ କରିଛି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁସନ୍ଧାନ ଓ ବିକାଶ ଦଳର ପ୍ରମୁଖଙ୍କ କହିବା ଅନୁସାରେ, ବ୍ରିଗେଡିୟର ଜେନେରାଲ ୟାନିଭ ରିଟେମ୍ କହିଛନ୍ତି, ଆଇରନ୍ ବିନ୍‌ର ପରୀକ୍ଷଣ ଚ୍ୟାଲେଞ୍ଜିଂ ସମୟରେ କରାଯାଇଛି। ସେ ଟେକ୍ନୋଲୋଜିକୁ ନେଇ କହିଛନ୍ତି, ଲେଜରର ଉପଯୋଗ ଏକ ‘ଗେମ୍ ଚେଞ୍ଜର’ ଅଟେ। ଏହି ଟେକ୍ନୋଲୋଜି ଖୁବ୍ ସରଳ ଅଟେ ଓ ଏହା ଖୁବ୍ ଅଧିକ ଟଙ୍କା ମଧ୍ୟ ହୋଇପାରେ।