ଲିଟର ପିଛା ୨୫ ଟଙ୍କା ବୃଦ୍ଧି ପାଇଲା ଡିଜେଲର ମୂଲ୍ୟ

ବହୁ ମାତ୍ରାରେ ଡିଜେଲ ବ୍ଯବହାର କରୁଥିବା କମ୍ପାନୀମାନଙ୍କ ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ହେଲେ ସାଧାରଣ ଗ୍ରାହକଙ୍କ ପାଇଁ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।

ବହୁଳ ବ୍ୟବହାରକାରୀଙ୍କ ମଧ୍ୟରେ ଡିଫେନ୍ସ, ରେଲୱେ ଆଣ୍ଡ ଟ୍ରାନ୍ସପୋର୍ଟ କର୍ପୋରେସନ, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ କେମିକାଲ ପ୍ଲାଣ୍ଟ ମୁଖ୍ୟ ସାମିଲ ଅଛନ୍ତି। ଏମାନଙ୍କ ପାଇଁ ଏବେ ଡିଜେଲରେ ମୂଲ୍ୟରେ ବୃଦ୍ଧି କରାଯାଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ବେ ନିର୍ବାଚନ ପାଇଁ ତୈଳ କମ୍ପାନୀଗୁଡିକ ଗତ ନଭେମ୍ବର ଚାରି ତାରିଖରୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି କରି ନାହାଁନ୍ତି । ଏହାର ପ୍ରଭାବ ଏବେ ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି।

ଏହି ଦର ବୃଦ୍ଧି ସତ୍ବେ ଖୁଚୁରା ତେଲ ବେପାର କରୁଥିବା କମ୍ପାନୀ ନୟାରା ଏନର୍ଜି, ଜିଓ-ବିପି ଏବଂ ସେଲ ଆଦି ଏହା ଦ୍ବାରା ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି । ଦେଶରେ ନୟାରା କମ୍ପାନୀର ୬,୫୧୦ ପେଟ୍ରୋଲ ପମ୍ପ ଥିବାବେଳେ ଜିଓ-ବିପି ୧,୪୫୪ ରହିଛି ।