ରାଜଧାନୀରେ ଖୁଲମ୍ଖୁଲା ଚାଲିଛି ବ୍ରାଉନ୍ସୁଗାର ବେପାର । ଲିଙ୍ଗରାଜ ମନ୍ଦିର ପଛପଟେ ଏହି ବେପାର ଚାଲିଥିବା ବେଳେ ଚଢ଼ାଉ କରିଛି ଅବକାରୀ ବିଭାଗ । ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବିଭାଗ । ଗିରଫ ଅଭିଯୁକ୍ତ ପୁରୁଣା ଭୁବନେଶ୍ୱର ଭାରତୀ ମଠ ସାହିର ବଟୁଆ ବେହେରା ବୋଲି ଜଣାପଡ଼ିଛି । ଗିରଫ ପରେ ଅଭିଯୁକ୍ତ ପାଖରୁ ୨୨,୫୦୦ ଟଙ୍କା ଜବତ କରାଯାଇଛି ।