ଲଣ୍ଡନରୁ ଗିରଫ ହେଲେ ନିରବ ମୋଦି

ଲଣ୍ଡନ: ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଆଜି ଲଣ୍ଡନରେ ଗିରଫ ହୋଇଛି । ଗିରଫ ପରେ ତାଙ୍କୁ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯିବ । ନିରବଙ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ୱାରେଣ୍ଟ ଇସ୍ୟୁ କରାଯାଇଥିଲା । ଆଉ ବୁଧବାର ଦିନ ନିରବଙ୍କୁ ଗିରଫ କରାଯାଇଛି । ଗତ କିଛି ଦିନ ପୂର୍ବେ ମହାଠକ ନିରବ ମୋଦିଙ୍କୁ ଲଣ୍ଡନ ରାସ୍ତାରେ ବେଶ ବଦଳାଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ନିରବ ମୋଦିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା । ରେଡ କର୍ଣ୍ଣର ନୋଟିସ ଜାରି କରାଯିବା ପରେ ୱେଷ୍ଟମିନିଷ୍ଟର କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତାଙ୍କୁ ଗିରଫ କରିବାକୁ ୱାରେଣ୍ଟ ଜାରି କରିଥିଲେ । ନିରବ ମୋଦିଙ୍କ ଗିରଫ ହେବା ମୋଦି ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଛି ।