ଲଞ୍ଚ ହେଲା ରାଜସ୍ଥାନ ରୟାଲ୍ସର ନୂଆ ଜର୍ସି

ଆଇପିଏଲ ୨୦୨୨ ପାଇଁ କିଛି ଦଳ ନିଜ ନିଜ ଜର୍ସି ଲଞ୍ଚ କରିଛନ୍ତି । ତେବେ ଏହାରି ଭିତରେ ଆଜି ରାଜସ୍ଥାନ ରୟାଲ୍ସ ଦଳ ମଧ୍ୟ ନିଜ ଟିମର ନୂଆ ଜର୍ସି ଲଞ୍ଚ କରିଛି । ରାଜସ୍ଥାନ ନିଜ ଟ୍ୱିଟର ପେଜରେ ଏକ ଭିଡିଓରେ ଏହାକୁ ଉନ୍ମୋଚନ କରିଛନ୍ତି । ଏହି ଭିଡିଓରେ ବାଇକ ରେସିଂ ପରେ ଜର୍ସି ଉନ୍ମୋଚନ କରାଯାଇଛି । ନୂଆ ଜର୍ସିରେ ସଞ୍ଜୁସାମସନ, ୟୁଜବେନ୍ଦ୍ର ଚହଲ ଓ ରିୟାନ ପରାଗ ନଜର ଆସିଛନ୍ତି ।

ପୂର୍ବରୁ ରାଜସ୍ଥାନର ଜର୍ସିରେ ଅଧିକ ନୀଳ ରଙ୍ଗ ରହିଥିଲା । ହେଲେ ଏବେ ଗୋଲାପୀ ଜର୍ସିରେ ନଜର ଆସିବ ଟିମ । ଏଥର ଅକ୍ସନରେ ରାଜସ୍ଥାନ ନିଜ ଟିମରେ ବଡ ବଡ ଖେଳାଳିଙ୍କୁ ସାମିଲ କରିଛି । ଅଶ୍ୱିନୀ ଓ ଚହଲଙ୍କ ଭଳି ଭାରତୀୟ ଷ୍ଟାର ଦଳରେ ଥିବା ବେଳେ ସିମରନ ହେତମେୟାର, ଟ୍ରେଣ୍ଟ ବୋଲ୍ଟ ଓ ଜିମି ନିଶାନଙ୍କ ଭଳି ବିଦେଶୀ ଖେଳାଳି ମଧ୍ୟ ଦଳରେ ରହିଛନ୍ତି ।