ଲକଡାଉନରେ ମନ୍ଦିର ସେବାୟତ ଓ ପୂଜକଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ମନ୍ଦିର ଲକଡାଉନ ପାଇଁ ବନ୍ଦ ହୋଇ ରହିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା କାରଣରୁ ସମସ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିଦିଆଯାଇଛି । ଯାହାର ପ୍ରଭାବ ମନ୍ଦିରର ପୂଜକ ତଥା ସେବାୟତଙ୍କ ଉପରେ ପଡିଛି । ସେମାନେ ଆର୍ôଥକ ସମସ୍ୟା ଦେଇ ଗତି କରୁଥିବାରୁ ଏହାର ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ।
ପ୍ରତାପ ଷଢଙ୍ଗୀ ଲେଖିଛନ୍ତି ଯେ, ରାଜ୍ୟର ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ବିରଜା ମନ୍ଦିର, ତାରିଣୀ ମନ୍ଦିର, ଖିରଚୋରା ଗୋପୀନାଥ ମନ୍ଦିର ଭଳି ସମସ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଫଳରେ ମନ୍ଦିର ଗୁଡିକ ଆର୍ôଥକ ସମସ୍ୟା ଦେଇ ଗତି କରୁଛନ୍ତି । ଅନ୍ୟ ରାଜ୍ୟ ଭଳି ଓଡିଶାର ମନ୍ଦିରର ପୂଜକଙ୍କ ପାଇଁ ମାସିକ ଦରମା ବ୍ୟବସ୍ଥା ନାହିଁ । ପୂଜକ ଓ ସେବାୟତମାନ ଭକ୍ତଙ୍କ ଦାନରେ ନିଜର ଗୁଜୁରାଣ ମେଣ୍ଟାଇବା ସହ ପରିବାର ଚଳାଇଥାନ୍ତି । ଲକଡାଉନ ପାଇଁ ସେମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି ।

ତେଣୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ଦେବୋତ୍ତର ବିଭାଗ ପୂଜକ ଓ ସେବାୟତଙ୍କ ପାଇଁ ଆର୍ôଥକ ପ୍ୟାକେଜ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।