ଲକଡାଉନ ବେଳେ ଉଜ୍ଜ୍ୱଲା ଉପଭୋକ୍ତାଙ୍କ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ଲାଗି ଜାରିହେଲା ନୂଆ ସୂଚନା

ଭୂବନେଶ୍ୱର : କୋଭିଡ-୧୯ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ସମସ୍ୟାର ମୁକାବିଲା କରିବା ପାଇଁ ପୁରା ଦେଶରେ ତାଲାବନ୍ଦ ଘୋଷଣା କରାଯାଇଛି । ଭାରତ ସରକାର ସମସ୍ତ ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କୁ ଆଗାମୀ ୩ମାସ ପର‌୍ୟ୍ୟନ୍ତ (୧ ଅପ୍ରେଲ ୨୦୦୨୦ ରୁ ୩୦ ଜୁନ ୨୦୨୦) ମାଗଣା ଗ୍ୟାସ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।
୮ କୋଟି ପିଏମୟୁୱାଇ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା) ଉପଭୋକ୍ତାମାନେ ୧୪.୨ କେଜି ଏଲପିଜି ସିଲିଣ୍ଡର ପାଇବା ପାଇଁ ଯୋଗ୍ୟ । ସେହି ଅନୁଯାୟୀ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପ୍ରିଲ ୨୦୨୦ର ଆଗୁଆ ଆରଏସପି(ଖୁଚୁରା ବିକ୍ରି ଦର) ସ୍ଥାନାନ୍ତର କରାଯିବ (କେବଳ ଏଲପିଜି କିଣିବା ଉଦ୍ଦେଶ୍ୟରେ) ।
ଜଣେ ଉଜ୍ଜ୍ୱଲା ଉପଭୋକ୍ତା ମାସକୁ ଗୋଟେ ସିଲିଣ୍ଡର ପାଇବା ପାଇଁ ଯୋଗ୍ୟ ।
ଉପଭୋକ୍ତା ଗୋଟିଏ ରିଫିଲ ପାଇବାର ୧୫ ଦିନ ପରେ ହି ଅନ୍ୟ ଏକ ରିଫିଲ ବୁକ କରିପାରିବେ ।
ଏହି ବୁକିଙ୍ଗ ଆଇଭିଆରଏସ କିମ୍ବା ପଞିକୃତ ମୋବାଇଲ ନମ୍ବର ମାଧ୍ୟମରେ ହେବା ଜରୁରୀ ଅଟେ।
ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରତିନିଧିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଲପିଜି ଯୋଗାଣ ସାଧାରଣ ଭାବେ ଚାଲିଛି । ଏଲପିଜି ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଏହାକୁ ତାଲାବନ୍ଦରୁ ବାଦ ଦିଆଯାଇଛି । ଏବଂ ପୁରା ଦେଶରେ ଉପଭୋକ୍ତା ମାନଙ୍କୁଘର ପାଖକୁ ନିରନ୍ତର ଏଲପିଜି ଯୋଗାଣ ପାଇଁ କର୍ମଚାରୀମାନେ କାର‌୍ୟ୍ୟରତ ଅଛନ୍ତି ।

ଅଏଲ ମାର୍କେଟିଙ୍ଗ କମ୍ପାନୀ (ଓଏମସି)ଯଥା ଆଇଓସିଏଲ, ବିପିସିଏଲଓଏଚପିସିଏଲ୍ ଙ୍କ ତରଫରୁ କୋଭିଡ-19 ମାହାମାରୀ ନିମିତ ଡକାଯାଇଥିବା ତାଲାବନ୍ଦ ସମୟରେ ଜନସାଧାରଣଙ୍କୁ ଏକ ବିଶେଷ ନିବେଦନ

ତାଲାବନ୍ଦ ସମୟରେ ଏଲପିଜି ଯୋଗାଣ ପାଇଁ ଯଥେଷ୍ଟ ପରିମାଣର ଏଲପିଜି ଉପଲବ୍ଧ ଅଛି ଏବଂ କୌଣସି ଅଭାବ ନାହିଁ । ଉପଭୋକ୍ତା ମାନଙ୍କୁ ଉପଦେଶ ଆତଙ୍କିତ ହୋଇ ଆଗୁଆ କିଣାକିଣି କରି ରଖନ୍ତୁ ନାହିଁ ।
ପ୍ରାୟ ଏଲପିଜି ଡିଷ୍ଟ୍ରିବ୍ୟୁଟର ମାନଙ୍କ ପାଖରେ ଆତଙ୍କିତ ଗ୍ରାହକ ମାନେ ଗହଳି କରୁଥିବାର ଦେଖିବାକୁ ମିଳୁଛି । ଗତ ଦୁଇ ଦିନରେ ଏହା ମଧ୍ୟ ଦୃଷ୍ଟାନ୍ତ ହୋଇଛି ଯେ ପିଏମଜିକେୱାଇ (ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା)ରେ ସହାୟତା ପାଇବାକୁ ଥିବା ପିଏମୟୁୱାଇ ହିତାଧିକାରୀ ମାନେ ସାମାଜିକ ଦୂରତାର ନିୟମ ଭଙ୍ଗ କରି ଢିଷ୍ଟ୍ରିବ୍ୟୁଟରଙ୍କ ପାଖରେ ଗହଳି କରୁଛନ୍ତି । ତେଣୁ ତୈଳ ଉଦ୍ୟୋଗମାନଙ୍କ ଦ୍ୱାରା ବିଷେଷ ଅନୁରୋଧ ଡିଷ୍ଟ୍ରିବ୍ୟୁଟରମାନଙ୍କ ପାଖକୁ ନ ଆସି ଘରେ ଥାଇ ଏସଏମଏସ କିମ୍ବା ଆଇଭିଆରସି ମାଧ୍ୟମରେ ବୁକିଙ୍ଗ କରନ୍ତୁ ।

  • ଏଲପିଜି ଗ୍ରାହକମାନଙ୍କୁ ଉପଦେଶ ଆତଙ୍କିତ ହୋଇ ବୁକିଙ୍ଗ କରନ୍ତୁ ନାହିଁ କିମ୍ବା ଦୋକାନ ଓ ଗୋଦାମ ଆଗରେ ରିଫିଲ ପାଇଁ ଭିଡ କରନ୍ତୁ ନାହିଁ ଏବଂ ସାମାଜିକ ଦୂରତା ପାଳନ କରନ୍ତୁ
  • ସେମାନେ ଏସଏମଏସ କିମ୍ବା ଆଇଭିଆରସି ମାଧ୍ୟମରେ ଘରେ ବସି ବୁକିଙ୍ଗ କରିପାରିବେ ଏବଂ ସୁବିଧାରେ ରିଫିଲ ପାଇପାରିବେ, (WhatsApp IOC : 75888-88824, HPC: 9222201122, Missed call BPC: 7710955555) କିମ୍ବା ଅନଲାଇନରେ ଉମଙ୍ଗ ଆପ୍, ଏଚପି ପେ, ପେଟିଏମ, ମାଇ ଏଚପି ଗ୍ୟାସ ଆପ୍, ବିବିପିଏସ (ଏଚପିସିଏଲ ପାଇଁ), ଇଣ୍ଡିଆନ ଅଏଲ ୱାନ ମୋବାଇଲ ଆପ୍ କିମ୍ବା https://cx.indianoil.in) କିମ୍ବା @Paytmର ବ୍ୟବହାର କରିପାରିବେ ।
  • କୋଭିଡ-19 କୁ ଦୃଷ୍ଟିରେ ରଖି ଆବଶ୍ୟକ ନଥିଲେ କାଗଜ ନୋଟର ବ୍ୟବହାର ନକରି ଉପଭୋକ୍ତାମାନଙ୍କୁ ଅନଲାଇନ ପୈଠ କରିବା ପାଇଁ ପ୍ରେରିତ କରାଯାଉଛି । ଏଲପିଜି ସେବା ନମ୍ବର 1906 ମଧ୍ୟ କାର୍ଯ୍ୟକ୍ଷମ ଅଟେ ।