“ଲକଡାଉନକୁ ୯୦ ପ୍ରତିଶତ ମାନୁଛନ୍ତି ୧୦ ପ୍ରତିଶତ ଅମାନିଆଙ୍କୁ ସାବାଡ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ”

ଭୁବନେଶ୍ୱର : କୋରନା ସଂକ୍ରମଣକୁ କୋରିବା ଲାଗି ଦେଶରେ ଜାରି ହୋିଥିବା ଲକଡାଉନକୁ ରାଜ୍ୟର ୯୦ ପ୍ରତିଶତ ଲୋକ ମାନୁଛନ୍ତି । ଆଉ ୧୦ ପ୍ରତିଶତ ଅମାନିଆ ମାନୁ ନାହାନ୍ତି । ଯେଉଁମାନେ ନିୟମ ମାନୁ ନାହାନ୍ତି ସେମାନେ ଆମର ପାଇଁ ବିପଦକୁ ଡାକି ଆଣିବେ । ସେଥିଲାଗି ୧୦ ପ୍ରତିଶତ ଅମାନିଆଙ୍କୁ ସାବାଡକରିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟସରକାରଙ୍କ କୋଭିଡ-୧୯ କମିଟି ମୁଖପାତ୍ର ସୁବ୍ରତ ବାଗଚୀ । ଏହାସହ ୧୦ ପ୍ରତିଶତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାମ୍ବାଦିକ ସମ୍ମଳନୀରେ ଚେତାବନି ବି ଦେଇଛନ୍ତି ବାଗଚୀ ।

ସେ କହିଛନ୍ତି, ମାତ୍ର ରାଜ୍ୟର ୧୦ ପ୍ରତିଶତ ଲୋକ ହିଁ ଲକଡାଉନକୁ ଏତେ ଗୁରୁତ୍ୱର ସହ ନେଉ ନାହାନ୍ତି । ନିୟମ ନମାନି ବାହାରକୁ ବାହାରୁଛନ୍ତି। ଆଉ ସହେି ୧୦ ପ୍ରତିଶତ ଲୋକ ହିଁ ବାକି ୯୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ ଆଣିପାରନ୍ତି । ତଣେୁ ସମ୍ପୃକ୍ତ ୧୦ ପ୍ରତିଶତଙ୍କୁ ସାବାଡ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସଙ୍କୁ ନିର୍ଦ୍ଦଶେ ଦେଇଛନ୍ତି ।


କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବା ବଳେେ ଘରୁ କାହାରିକୁ ନବାହାରିବା ପାଇଁ ସମସ୍ତଙ୍କୁ ପରାର୍ମଶ ଦେଉଛନ୍ତି । ଆବଶ୍ୟକତା ନଥିଲେ କହେି ଘରୁ ଗୋଡ କାଢନ୍ତୁ ନାହିଁ ବୋଲି ସରକାର ବାରମ୍ବାର ନିବଦେନ କରୁଛନ୍ତି । ତଥାପି କିଛି ଲୋକ ବିଭିନ୍ନ ବାହାନା କରି ଘରୁ ବାହାରୁଛନ୍ତି, ବଜାର ହାଟରେ ଘରୋଏ ବୁଲି ଆସୁଛନ୍ତି । ଅନକେ ଲୋକ ବିନା କାମରେ ଛକରୁ ବୁଲି ଆସୁଥିବା କିମ୍ବା ମଡେିସିନ ନବୋ ବାହାନା କରି ସାଙ୍ଗମାନଙ୍କୁ ଦଖୋ କରିବା ପାଇଁ ଯାଉଥିବା ଅଭିଯୋଗ ହୋଇଛି । ଆଉ ସହେି ଅମାନିଆ ଲୋକଙ୍କ ସଂଖ୍ୟା ହେଉଛି ମାତ୍ର ୧୦ ପ୍ରତିଶତ ।
ସପେଟେ ତାଲାବନ୍ଦକୁ ଖାମଖିଆଲି ଭାବେ ନେଇଥିବା ଲୋକଙ୍କ ନାମରେ ୧୫୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବଳେେ ୧୪୦୦ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପୋଲିସ ଡିଜି ।