ଟିଟିଲାଗଡ: ଟିଟିଲାଗଡ ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ରେଳ ଲାଇନ କଡରୁ ଶିଶୁର ମୃତଦେହ ମିଳିଛି । ମୃତ ଦେହଟି ପ୍ରାୟ ଚାରି ପାଂଚ ଦିନ ତଳର ବୋଲି ଅନୁମାନ କରାଯାଉଛି । ତେବେ ଶିଶୁର ଶବ ଠାରୁ କିଛି ଦୂରରେ ପୂଜା ସାମଗ୍ରୀ ପଡିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଏହା ଏକ ଶିଶୁ ବଳି ବୋଲି ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ସ୍ଥାନୀୟ ଲୋକେ ରେଳ ଲାଇନ ତଳେ ଏକ ପୋଲ ତଳେ ନବଜାତ ଶିଶୁଟିର ଶବ ଘୋଡାଯାଇଥିବା ଦେଖିବାକୁ ପାଇଥିଲେ । ସେଠାରୁ କିଛି ଦୂରରେ ନଡିଆ, କଦଳୀ, ନୂଆ ଗାମୁଛା, ଦୀପ ସହ ଅନ୍ୟାନ ପୂଜା ସାମଗ୍ରୀ ଦେଖିବାକୁ ପାଇଥିଲେ । ତେବେ ଘଟଣା ପରେ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି । ତେବେ ବର୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ସେ ସମ୍ପର୍କରେ ସୂଚନା ମିଳିନାହିଁ ।