ରୁଷିଆର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ଓକସାନା ଶେଭେଟ୍ସ ମୃତ । ଯେଉଁ ସମୟରେ ରକେଟ ମାଡ଼ ହୋଇଥିଲା , ସେତେବେଳେ ଅଭିନେତ୍ରୀ ନିଜର କିଭ୍ ସ୍ଥିତ ଆବାସିକ ଘରେ ଥିଲେ । ଓକସାନାଙ୍କ ମୃତ୍ୟୁ ନେଇ ଏକ ବିବୃତ୍ତି ଜାରି କରାଯାଇଛି । ହଲିଉଡ ରିପୋର୍ଟ ଅନୁସାରେ ଓକସାନାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ୟୁକ୍ରେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଥିଲେ ।
୧୯୫୫ରେ ଜନ୍ମିତା ଅଭିନେତ୍ରୀ ଓକ୍ସାନା କେତେ ଦଶନ୍ଧି ଧରି ଥିଏଟର୍ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ଦି ହଲିଉଡ୍ ରିପୋର୍ଟର୍’ ଅନୁସାରେ, ଓକ୍ସାନାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କୁ ୟୁକ୍ରେନ୍ର ଅନ୍ୟତମ କଳାତ୍ମକ ସମ୍ମାନ ‘ୟୁକ୍ରେନ୍ର ସମ୍ମାନିତ କଳାକାର’ରେ ଭୂଷିତ କରାଯାଇଥିଲା।
‘ଦି ୟଙ୍ଗ୍ ଥିଏଟର୍’ ବ୍ୟତୀତ ସେ ‘ଟେର୍ଣ୍ଣୋପିଲ୍ ମ୍ୟୁଜିକ୍ ଆଣ୍ଡ୍ ଡ୍ରାମା ଥିଏଟର୍’ ଏବଂ ‘କିବ୍ ଥିଏଟର୍ ଅଫ୍ ସାଟାୟାର୍’ରେ ମଧ୍ୟ କାମ କରିଥିଲେ।
ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ତାଙ୍କ ପୂର୍ବରୁ ଆଉ ଜଣେ ଅଭିନେତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେ ହେଉଛନ୍ତି ୩୩ ବର୍ଷିୟ ଅଭିନେତା ପାଶା ଲି’। ୟୁକ୍ରେନ୍ ସେନାର ‘ଟେରିଟରିଆଲ୍ ଡିଫେନ୍ସ୍ ଫୋର୍ସ’ରେ ତାଲିକାଭୁକ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା।