ରାୟଗଡ଼ା ଜିଲ୍ଲାର ୨ଟି ସ୍ଥାନରୁ ୬୪ଜଣ ପିଲାଙ୍କୁ କରୋନା । ରାୟଗଡା କୋଟଲାଗୁଡ଼ା ସ୍ଥିତ ଏକ ହଷ୍ଟେଲର ୪୪ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ବେଳେ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ଆକ୍ରାନ୍ତ ହୋଇଛନ୍ତି । ଏକାଥରେ ବର୍ତ୍ତମାନ ଜିଲ୍ଲାରେ ୬୪ଜଣ ଏକାଥରକେ ପଜିଟିଭ ବାହାରିଛନ୍ତି। ତେବେ ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଅଛନ୍ତି ।
ଖବର ପାଇ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଆଜି କାେଟଲାଗୁଡା ହଷ୍ଟେଲରେ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ୪ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି RRT ଟିମ ପକ୍ଷରୁ ବ୍ଳକ -1 ହଷ୍ଟେଲ ରହୁଥିବା ୨୫୭ଜଣ ପିଲାଙ୍କ rtpcr ଟେଷ୍ଟ କରାଯାଇଥିଲା । ଏଥିରେ ୪୪ଜଣ ଛାତ୍ରଙ୍କ ନମୂନା ପଜିଟିଭ ହୋଇଥିବା ବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ହଷ୍ଟେଲ କର୍ତ୍ତୁପକ୍ଷ ପକ୍ଷରୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି , ରାୟଗଡାର ୮ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏହି ହଷ୍ଟେଲରେ ରହୁଥିବା ଅନ୍ତେଵାସୀମାନେ ରହି ଅଧ୍ଯୟନ କରୁଛନ୍ତି । ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୨୦ଜଣ ଛାତ୍ର ପଜିଟିଭ ବାହାରିଥିବା ଜଣାପଡିଛି ।