ରାଷ୍ଟ୍ରପତି ନିର୍ବାଚନ: ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ ମୀରା କୁମାର

ଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ପ୍ରସଙ୍ଗ।ରାଷ୍ଚ୍ରପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର। କଂଗ୍ରେସ ତରଫରୁ ୫ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରାଯିବ। ମୀରା କୁମାରଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରସ୍ତାବକ ରହିବେ ଓଡିଶାର ୭ କଂଗ୍ରେସ ନେତା ପ୍ରଥମ ସେଟ୍‌ରେ ଆଜି ଭୁଜବଳ ମାଝି, ଜ୍ୟାକବ ପ୍ରଧାନ, କୃଷ୍ଣଚନ୍ଦ୍ର ସଗରିଆ ପ୍ରସ୍ତାବକ ସାଜିବେ।ଆସନ୍ତାକାଲି ତାରାପ୍ରସାଦ ବାହିନୀପତି, ଯୋଗେଣ ସିଂହ, ଚନ୍ଦ୍ରଶେଖର ମାଝି, ଅଂଶୁମାନ ମହାନ୍ତି ପ୍ରସ୍ତାବକ ସାଜିବେ।ସ୍ବାଧୀନ ଭାରତର ଇତିହାସରେ ରାଷ୍ଚ୍ରପତି ପଦ ପାଇଁ ଲଢିବାରେ ମୀରା କୁମାର ହେବେ ଦ୍ବିତୀୟ ମହିଳା। ରାଷ୍ଟ୍ରପତି ପଦ ଭଳି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ବିରୋଧୀଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ସେ ସମସ୍ତଙ୍କୁ ଧ୍ୟନ୍ୟବାଦ ଜଣାଇଛନ୍ତି । କଂଗ୍ରେସ ନେତୃତ୍ବରେ ୧୬ଟି ବିରୋଧୀ ଦଳ ଏନଡିଏର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିରୋଧରେ ମୀରା କୁମାରଙ୍କ ନାଁ ଘୋଷଣା କରିଛି। ଏବେ ରାଷ୍ଟ୍ରପତି ପଦ ପାଇଁ ଦଳିତ ବନାମ ଦଳିତଙ୍କ ମଧ୍ୟରେ ଲଢେଇ ହେବ।