ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ: ଆଜି ନାମାଙ୍କନ ପତ୍ର ଯାଞ୍ଚ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ। ଏନଡିଏ ପକ୍ଷରୁ ରାମନାଥ କୋବିନ୍ଦ ଏବଂ ୟୁପିଏ ପକ୍ଷରୁ ମୀରା କୁମାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ନାମାଙ୍କନପତ୍ରର କରାଯିବ ଯାଞ୍ଚ। ଜୁଲାଇ ୧୭ରେ ହେବ ନିର୍ବାଚନ। ୨୦ରେ ହେବ ଭୋଟ ଗଣତି। ସେପଟେ ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ପୂର୍ବାହ୍ନ ୧୧ଟାରେ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟସୂଚି ଘୋଷଣା କରିବେ ନିର୍ବାଚନ କମିଶନର ନସିମ ଜୈଦି । ନୂଆଦିଲ୍ଲା ନିର୍ବାଚନ ସଦନ କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯିବ ସାମ୍ବାଦିକ ସମ୍ମିଳନୀ। ବର୍ତ୍ତମାନ କ୍ଷମତାରେ ଉପରାଷ୍ଚ୍ରପତି ହମିଦ ଅନସାରି ତ୍ରୟୋଦଶ ଉପରାଷ୍ଚ୍ରପତିଭାବେ ଅଗଷ୍ଚ ୧୧,୨୦୦୭ରେ ନିର୍ବାଚିତ ହୋଇଥିଲେ। ପୁଣି ଥରେ ସେ ଚତୁର୍ଦ୍ଦଶ ଉପରାଷ୍ଟ୍ରପତିଭାବେ ଅଗଷ୍ଟ ୧୧,୨୦୧୨ରେ ପୁନଃନିର୍ବାଚିତ ହୋଇଥିଲେ। ଏବେ ପଞ୍ଚଦଶ ଉପରାଷ୍ଟ୍ରପତି ଏବର୍ଷ ଅଗଷ୍ଟ ୧୧ରେ ଶପଥପାଠ ନେବେ।