ରାଜ୍ୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ

ପିଜି ଶ୍ରେଣୀରେ ନାମଲେଖା ୨୦୨୧ ଅକେଫାବର ୧୫ ତାରିଖରୁ ଆରମ୍ଭ ହେବ

ଭୁବନେଶ୍ୱର :  ସମସ୍ତ ଅଣ୍ଡର ଗ୍ରାଜୁଏଟ୍‌ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍‌ ପେପରକୁ ଛାଡ଼ି) ୨୦୨୧ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ୟୁଜିର ବ୍ୟାକ୍‌ପେକର ସମେତ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ୨୦୨୧, ସେପେଫମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ୨୦୨୧ ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ । ଏଥି ସହିତ ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୨୩ ତାରିଖରୁ ସେପେଫମ୍ବର ୧ ତାରିଖ ମଧ୍ୟରେ ଶେଷ କରାଯିବ । ପିଜି ଶ୍ରେଣୀରେ ନାମଲେଖା ୨୦୨୧ ଅକେଫାବର ୧୫ ତାରିଖରୁ ଆରମ୍ଭ ହେବ । ଆଜି ଅନୁଷ୍ଠିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀରେ ଉପରୋକ୍ତ ସୂଚନା ପ୍ରଦାନ କରାଯାଇଛି ।

-ସମସ୍ତ ଅଣ୍ଡର ଗ୍ରାଜୁଏଟ୍‌ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍‌ ପେପରକୁ ଛାଡ଼ି) ୨୦୨୧ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ
– ୟୁଜିର ବ୍ୟାକ୍‌ପେପର ସମେତ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ୨୦୨୧, ସେପେଫମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ
– ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ୨୦୨୧ ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ
– ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୨୩ ତାରିଖରୁ ସେପେଫମ୍ବର ୧ ତାରିଖ ମଧ୍ୟରେ ହେବ
-ପିଜି ଶ୍ରେଣୀରେ ନାମଲେଖା ୨୦୨୧ ଅକେଫାବର ୧୫ ତାରିଖରୁ ଆରମ୍ଭ ହେବ ।


ଆଜି ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ ରାଜ୍ୟରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରୁଛନ୍ତି । ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ସଫଳ ରୂପାୟନ ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଦୃଢ଼ ନେତୃତ୍ୱ ଆବଶ୍ୟକ । କୁଳପତିମାନେ କାର୍ଯ୍ୟକ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗୋଟିଏ ଗୋଟିଏ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ ଡ. ସାହୁ କହିଲେ ଯେ ବିଶ୍ୱବିଦ୍ୟାଳୟ ପରିସରରେ ଶୃଙ୍ଖଳା ରକ୍ଷା କରି ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା କରିବା କୁଳପତିମାନଙ୍କର ପ୍ରଧାନ କର୍ତ୍ତବ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ମୁଖ୍ୟ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳଗତ ଭାବେ କାର୍ଯ୍ୟ ସଂପାଦନ କରିପାରିଲେ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବ । ବର୍ତ୍ତମାନ ଆମ ରାଜ୍ୟ ବା ଦେଶ ଭିତରେ ଉତ୍ତମ ଶିକ୍ଷାନୁଷ୍ଠାନ ବିଷୟରେ ଚିନ୍ତା ନକରି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
କୋଭିଡ୍‌-୧୯ ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲେ ମଧ୍ୟ ଗତ ବର୍ଷ ୟୁଜି ଓ ପିଜିରେ ଶେଷ ବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା କରାଯାଇଥିଲା ଏବଂ ଚଳିତ ବର୍ଷ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ସଫଳତାର ସହ ସଂପନ୍ନ ହେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକଟ କରିଥିଲେ । ଏଥି ସହିତ କୁଳପତିମାନଙ୍କ ପରାମର୍ଶରେ ୨୦୨୧ ମସିହାର ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯିବ ବୋଲି କହିଥିଲେ ।
ଏଥି ସହିତ ପିଏଚ୍‌ଡ଼ି ପ୍ରୋଗ୍ରାମରେ ଅହେତୁକ ବିଳମ୍ବକୁ ହ୍ରାସ କରିବା ନିମନ୍ତେ ପିଏଚ୍‌ଡି ରେଜିଷ୍ଟ୍ରେସନ୍‌, ପରୀକ୍ଷା ଫଳ ପ୍ରକାଶନ ଏବଂ ମୌଖିକ ପରୀକ୍ଷା ଆଦି କ୍ଷେତ୍ରରେ ସର୍ବାଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ନିମନ୍ତେ ୫-‘ଟି’ କାର୍ଯ୍ୟକ୍ରମ ଆଧାରରେ ସର୍ବୋଚ୍ଚ ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ବିଶ୍ୱବିଦ୍ୟାଳୟର ପରିଚାଳନାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇ-ସ୍ପେସ୍‌/ଇ-ଡେସ୍‌ପାଚ୍‌/ଇ-ଅଫିସ୍‌ ଆଦି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ୍‌, ରେଜିଷ୍ଟ୍ରେସନ୍‌ ଏବଂ ଅରିଜିନାଲ ସାର୍ଟିଫିକେଟ୍‌ ଆଦି ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ଉପରେ ମନ୍ତ୍ରୀ ଡ. ସାହୁ ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଏବଂ କୁଳପତିମାନେ ଯୋଗଦେଇ ୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ପରିଚାଳନା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ ।
ବୈଠକରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।