ରାଜ୍ୟରେ ୨ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ୨ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ ମେଦିନୀପୁରରୁ ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କରୋନା ଚିକିତ୍ସିତ ହେଉଥିବା ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ ବ୍ୟକ୍ତି ସୁସ୍ଥ ହେବାପରେ ତାଙ୍କର ମୃତ୍ୟୁ ହୋିଥିବା ଜଣାପଡିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେ କରୋନା କବଳରୁ ସମ୍ପୂର୍ଣ୍ଣ ଭଲ ହେବା ପରେ ମଧ୍ୟ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିବା ଜଣାପଡିଛି । ତେଣୁ ତାଙ୍କର ମୃତ୍ୟୁ ଅନ୍ୟ କୌଣସି ରୋଗ ପାଇଁ ଘଟିପାରେ ବୋଲି ସୂଚନା ମିଳିଛି ।