ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତିନି ଜଣ ପଜିଟିଭ ବାଲେଶ୍ୱର ଜିଲ୍ଲାର ଏବଂ ୩ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଏବଂ  ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।  ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଂଚିଛି ଏବଂ ବାଲେଶ୍ୱର ଜିଲ୍ଲାରେ ସଂଖ୍ୟା ୧୯ରେ ପହଂଚିଛି ।  ୩ ଜଣ ଯାକ ପୁରୁଷ ବୋଲି ସୂଚନା ଦିଆଯାଇଛି । ଏମାନଙ୍କ ବୟସ ୪୪, ୬୧ ଓ ୬୩ । ରାଜ୍ୟରେ କ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।