ଆଜି ଭାଇଚାରା ଓ ରଙ୍ଗର ପର୍ବ ହୋଲି । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ କୋଭିଡ ନିୟମ ପାଳନ କରି ହୋଲି ଉତ୍ସବରେ ସାମିଲ ହେବାକୁ ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।