ଯୁଦ୍ଧ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ପୁଟିନ୍

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କେବେ ଅନ୍ତ ଘଟିବ ତାହା ଅନିଶ୍ଚିତତା ଥିବା ବେଳେ ୟୁକ୍ରେନ୍‌ ସେନା ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଯୁଦ୍ଧ କେବେ ବନ୍ଦ ହେବ ସେନେଇ ଏକ ସମ୍ଭାବ୍ୟ ତାରିଖ ଘୋଷଣା କରିଛି ୟୁକ୍ରେନ୍‌ ସେନା।

ଆସନ୍ତା ମେ ୯ ତାରିଖରେ ରୁଷ ଯୁଦ୍ଧ ଶେଷ କରିବାକୁ ଚାହୁଁଥିବା ୟୁକ୍ରେନ୍‌ ସେନା କହିଛି। ରୁଷ ସେନାକୁ ମେ’ ୯ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ମସ୍କୋ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ୟୁକ୍ରେନ୍‌ ସେନାର ଜେନେରାଲ ଷ୍ଟାଫ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ରୁଷ ୟୁକ୍ରେନର ଶତାଧିକ ନାଗରିକଙ୍କୁ ବଳ ପୂର୍ବକ ନିଜ ଦେଶକୁ ନେଇ ଯାଉଥିବା ୟୁକ୍ରେନ୍‌ ଅଭିଯୋଗ କରିଛି। କିଭ୍‌ ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ ରୁଷ ପକ୍ଷରୁ ଏଭଳି ଏକ ରଣନୀତି ଆପଣାଯାଇଛି। ଫଳରେ ୟୁକ୍ରେନ୍‌ ନାଗରିକଙ୍କୁ ଅପହରଣ କରି ନିଆଯାଉଥିବା ଅଭିଯୋଗ ହୋଇଛି। ପ୍ରାୟ ୮୪,୦୦୦ ଶିଶୁଙ୍କ ସମେତ ୪୦୨,୦୦୦ ଲୋକଙ୍କ ନିଜ ଇଚ୍ଛା ବିରୋଧରେ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ସେପଟେ ଯୁଦ୍ଧକୁ ନେଇ ବ୍ରସେଲ୍ସରେ ଗତ ରାତିରେ ବସିଥିଲା ନାଟୋର ଜରୁରୀ ସମ୍ମିଳନୀ । ରୁଷକୁ ୟୁକ୍ରେନ୍ ରାସାୟନିକ ଅସ୍ତ୍ର ଦ୍ୱାରା ଆକ୍ରମଣ କଲେ ୟୁକ୍ରେନକୁ ନାଟୋ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବ ବୋଲି ନିଷ୍ପତ୍ତି ହୋଇଛି । ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ ଏହି ସୂଚନା ଦେଇଛନ୍ତି ।