ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି ଯେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦେଶରେ ନେତୃତ୍ୱ ନେବାପରେ ଦେଶ ଓ ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତିଭୂମି ମଜଭୁତ ହୋଇଛି । କେନ୍ଦ୍ର ଓ ରାଜ୍ୟର ମିଳିତ ଭାଗିଦାରୀରେ ଓଡିଶା ବାଲେଶ୍ୱର, ମୟୁରଭଞ୍ଜ, ବଲାଙ୍ଗୀର, କୋରାପୁଟ, ପୁରୀ, ଯାଜପୁର ଓ କଳାହାଣ୍ଡି ରେ ମେଡିକାଲ କଲେଜର କାମ କିଛି ଶେଷ ହୋଇଥିବାବେଳେ ଆଉ କିଛି ଜାରି ରହିଛି ।ଏନଟିପିସି ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଓ ଏମସିଏଲ ଦ୍ୱାରା ତାଳଚେରରେ ମେଡିକାଲ କଲେଜ ସ୍ଥାପନା କରାଯାଇଛି । ସେହିପରି କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ପିଜି ସିଟ ସଂଖ୍ୟା ବୃଢ଼ହି ସହ ଆନୁଷଙ୍ଗିକ ଭିତିଭୂମି ନିର୍ମାଣ ପାଇଁ ମୋଦି ସରକାର ମୁକ୍ତ ହସ୍ତରେ ରାଜ୍ୟକୁ ସହଯୋଗ କରୁଛନ୍ତି ।