ମୋଦିଙ୍କ ଗଡ଼ ଗୁଜୁରାଟରୁ ଆରମ୍ଭ ହେଲା କଂଗ୍ରେସର ପ୍ରଥମ ନିର୍ବାଚନ ପ୍ରଚାର

ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରୁ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଅହମ୍ମଦାବାଦ୍‌ ଏବଂ ଗାନ୍ଧୀନଗରଠାରେ କଂଗ୍ରେସ କରିବାକୁ ଥିବା ପୂରା ଦିନିକିଆ ଦଳୀୟ ପ୍ରଚାରରେ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶର ନିର୍ବାଚନ ବାର୍ତ୍ତା ପ୍ରଦାନ କରିବ ବୋଲି ପୂର୍ବରୁ ସୂଚନା ରହିଥିଲା। ତେବେ, ଦଳକୁ ନିର୍ବାଚନ କୌଶଳ ବତାଇବା ପାଇଁ କଂଗ୍ରେସର ମହାସଚିବ ପ୍ରିୟାଙ୍କା ଗାନ୍ଧୀ ଭଦ୍ରା ପ୍ରଥମ କରି ଆଜି କଂଗ୍ରେସ ଓ୍ଵାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ନିଜର ଅଭିଭାଷଣ ଦେବେ। ଏହି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଉପସ୍ଥିତ ହୋଇ ସାରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ହୋଇଥିବା ବିଶ୍ୱ ପ୍ରସିଦ୍ଧ ଦାଣ୍ଡି ଯାତ୍ରା ବି ଆଜିର ଦିନ, ଅର୍ଥାତ ମାର୍ଚ ୧୨ରେ ଆରମ୍ଭ ହୋଇଥିଲା।  କଂଗ୍ରେସ ଏଥିପାଇଁ ଏହି ଦିନରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିବାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ୧୯୬୦ ମସିହା ମାର୍ଚ ୧୨ ତାରିଖରେ ବ୍ରିଟିସ ସରକାର  ବିରୋଧରେ ମହାତ୍ମା ଗାନ୍ଧୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ, ଯାହାକୁ ଦାଣ୍ଡି ସତ୍ୟାଗ୍ରହ ନାମରେ ଲୋକେ ଜାଣନ୍ତି। ଗାନ୍ଧୀଙ୍କ ସମ୍ମାନରେ ଅହମ୍ମଦାବାଦରେ ଥିବା ଗାନ୍ଧୀଙ୍କ ଆଶ୍ରମରୁ କଂଗ୍ରେସ ପ୍ରାର୍ଥନା ସଭା ଆରମ୍ଭ କରି ଏକ ରୋଡ୍‌ ସୋ’ କରିଥିବା ସୂଚନା ରହିଛି। ଏହି ରୋଡ୍‌ ସୋ’ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଆହୁରି ଅନେକ ନେତା ବସ୍‌ ଯୋଗେ ଅହମ୍ମଦାବାଦରେ ଥିବା ସର୍ଦ୍ଦାର ପଟେଲ୍‌ ନ୍ୟାସନାଲ୍ ମେମୋରିଆଲ୍‌ଠାରେ ପହଞ୍ଚିଥିଲେ। ସେଠାରେ ସେମାନେ ପହଞ୍ଚି କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଫେବୃଆରି ଆରମ୍ଭରୁ ନିଜର ସମର୍ଥକମାନଙ୍କ ସହିତ  ନିର୍ବାଚନ ମୈଦାନରେ ପୃଥ୍ୱୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ  ପୁଅ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ହେଲେ କଂଗ୍ରେସ ଲାଭବାନ ହେବ । ସାରା ଓଡ଼ିଶାରେ ଜାନକୀଙ୍କ ଅନୁଗତ ଅଛନ୍ତି । ପୃଥ୍ୱୀବଲ୍ଲଭ କଂଗ୍ରେସରୁ ପ୍ରାର୍ଥୀ ହେଲେ ଜାନକୀଙ୍କ ସମର୍ଥକମାନେ ଏକଜୁଟ ହୋଇ କଂଗ୍ରେସ ପାଇଁ କାର୍ଯ୍ୟ କରିବେ ବୋଲି ଆଶାକରାଯାଉଛି ।