ମୋଦିଙ୍କୁ ଚିଠି ଲେଖିଲେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଚିଠିରେ ସରିଫ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ କହିଥିବା ଜଣାଯାଇଛି । କାଶ୍ମୀର ସମେତ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବା ପରେ ସରିଫଙ୍କୁ ମୋଦି ଅଭିନନ୍ଦନ ଜଣାଇଥିଲେ । ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ସରିଫ ଧନ୍ୟବାଦ ଜଣାଇବା ସହିତ ଭାରତ ସହିତ ଗଠନମୂଳକ ସମ୍ପର୍କ ସ୍ଥାପନ ପାଇଁ ଆଶାବ୍ୟକ୍ତ କରିଥିଲେ ।