ରାଜ୍ୟ ମନ୍ରିମଣ୍ଡଳକୁ ପୁଣିଥରେ ଫେରିବା ପାଇଁ ଉଦ୍ୟମ କରୁଥିବା ୪ ଯୁବନେତା ଏବେ ‘କ୍ଷମତାକେନ୍ଦ୍ର’ଙ୍କ ଉପରେ କ୍ଷୁବ୍ଧ। ଶୁଣିବାକୁ ମିଳୁଛି ଏହି ୪ ନେତା କୁଆଡ଼େ ପୁଣିଥରେ ମନ୍ରିମଣ୍ଡଳକୁ ଫେରିବା ପାଇଁ କ୍ଷମତାକେନ୍ଦ୍ରକୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ। ଏପରିକି ସେମାନେ ମନ୍ରିମଣ୍ଡଳକୁ ଫେରିବାକୁ ମୁଖ୍ୟମନ୍ରୀ ବି ସମ୍ମତି ଦେଇଥିଲେ। କିନ୍ତୁ ଦଳର ଅନ୍ୟ କିଛି ନେତା କୁଆଡ଼େ ଏବେ ମନ୍ରିମଣ୍ଡଳ ଅଦଳବଦଳ କରି ଏହି ବିବାଦୀୟ ଯୁବନେତାଙ୍କୁ ସାମିଲ କଲେ ବିଜେଡିରେ ବିରାଟ ବିସ୍ଫୋରଣ ହେବାର ଆଶଙ୍କା ସµର୍କରେ ଅବଗତ କରାଇଥିଲେ। ବିଜେପି ରାଜ୍ୟରେ ଏବେ ନିଜର ସଂଗଠନକୁ ବୃଦ୍ଧି କରିବା ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାରୁ ଏହି ଯୁବନେତାମାନଙ୍କୁ ପୁଣିଥରେ ମନ୍ରୀ କରି ଅଯଥା ଦଳକୁ ବଦନାମ କରିବାର ସୁେଯାଗ ନଦେବା ପାଇଁ ସେମାନେ ‘କ୍ଷମତାକେନ୍ଦ୍ର’କୁ ବୁଝାଇଥିଲେ। ଏପରିକି ପରିସ୍ଥିତି ଏପରି ହୋଇଥିଲା େଯ, ଜଣେ ସର୍ବଭାରତୀୟ ପ୍ରଶାସନିକ ଅଫିସର୍ କୁଆଡ଼େ ଏଥିପାଇଁ ‘କ୍ଷମତାକେନ୍ଦ୍ର’କୁ ମନ୍ରଣା ଦେଇଥିଲେ। ସେହି ଅଫିସରଙ୍କ ସହ କ୍ଷମତାକେନ୍ଦ୍ର ନିୟମିତ େଯାଗାେଯାଗରେ ରହୁଥିବାରୁ ତାଙ୍କର କଥାକୁ ଗୁରୁତ୍ବ ଓ ନେତାମାନଙ୍କ ମତାମତକୁ ସମ୍ମାନ ଜଣାଇ ସେ ଏହି ମନ୍ରିମଣ୍ଡଳ ଅଦଳବଦଳର ପାଶ୍ର୍ବ ପ୍ରତିକ୍ରିୟା ପଡ଼ିବ ବୋଲି ମୁଖ୍ୟମନ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ରୀ ସବୁକିଛି ବୁଝିବା ପରେ ମନ୍ରିମଣ୍ଡଳ ଅଦଳବଦଳ ଉପରେ ରୋକ୍ ଲଗାଇଥିବା ଚଚ୍ର୍ଚା।