ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ତେବେ ଏ ନେଇ ଲକ୍ ଡାଉନ୍ ଅବଧି ଏପ୍ରିଲ ୩୦ ଯାଏଁ ବୃଦ୍ଧି କରାଯାଇଛି । ସରକାରଙ୍କ ଏହି କଟକଣାକୁ ସମର୍ଥନ କରି , ମାସ୍କ ନପିନ୍ଧିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ବୋଲି ପେଟ୍ରୋଲ ପମ୍ପ ସଂଘ ପକ୍ଷରୁ  ନିଷ୍ପତି ନିଆଯାଇଛି।

ମାସ୍କ ପିନ୍ଧିଲେ ମିଳିବନି ପେଟ୍ରୋଲ ଡିଜେଲ  । ରାଜ୍ୟର ସମସ୍ତ ପେଟ୍ରୋଲ  ପମ୍ପ ରେ  ଏହାକୁ  ଲାଗୁ କରାଯିବ । କରୋନା ମୁକାବିଲା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ସଂଘର ଏହି ନିଷ୍ପତି ଜନସାଧାରଣଙ୍କୁ ବହୁମାତ୍ରାରେ ସଚେତନ କରାଇବ ବୋଲି  ଆଶା କରାଯାଉଛି ।