ମାସୁଦ ଅଝାର ଭାଇ ସମେତ ୪୪ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଚାପରେ ପଡି ପରିଶେଷରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ । ଏହି ଆତଙ୍କବାଦୀ ସଂଗଠନର ୪୪ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜୈଶ୍-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଭାଇ ଅବଦୁଲ ରାଉଫ୍ ଅସଗର ଥିବା ଜଣାପଡିଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ମୁଫତି ଅବଦୁଲ ରାଉଫ ଅସଗର ଓ ଜେଏମ୍‌ ପ୍ରମୁଖ ମସୁଦ ଆଝାରର ଭାଇ ସାମିଲ ଅଛି। ରାଉଫ୍‌ ଅସଗରକୁ ବିଚାର ବିଭାଗ ହେପାଜତରେ ରଖାଯାଇଛି। ଏହି ଖବରର ଘୋଷଣା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସହରୟାର ଅଫ୍ରିଦି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ନେଇ ତୁରନ୍ତ ଏଦିଗରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହାପରେ ଏହି ପଦକ୍ଷେପ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଦିଆଯାଇଥିବା ଚାପ ହେତୁ ନେଇଥିବା କୁହାଯାଉଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ବିରୋଧରେ ଯଦି କୌଣସି ପ୍ରମାଣ ନ ମିଳେ ତେବେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ଆଭ୍ୟନ୍ତରୀଣ ବ୍ୟାପର ମନ୍ତ୍ରୀ ସୂଚନା ଦେଇଛନ୍ତି।