ମାଲକାନଗିରି ଗସ୍ତରେ ମୁଖ୍ୟ ଶାସନ ସଚିବ

ଗୁରୁବାର ମାଲକାନଗିରି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମାଲକାନଗିରି ଜିଲ୍ଲାରେ ପହଂଚିବା ପରେ ଡିଆରଡିଏ ସଭାଗୃହରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଜିଲ୍ଲାର ବିକାଶ ନିମନ୍ତେ ଏକ ରୁଦ୍ଧ ଦ୍ୱାର ବୈଠକ କରିଥିଲେ ।

ବୈଠକରେ ଜିଲ୍ଲାରେ ଥିବା ଏୟାର ଷ୍ଟ୍ରିପ କୁ ୨୦୨୪ ସୁଦ୍ଧା କାର୍ଯ୍ୟ କରାଇବା ସହ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ , ଜଳ , ରାସ୍ତା ଏବଂ ସ୍ୱାଭିମାନ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ଯେପରି ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ ସଠିକ ଭାବେ ହେବ ଓ ସ୍ୱାଭିମାନ ଅଂଚଳର ବିକାଶ ହେବ ସେଥିନେଇ ମଧ୍ୟ ଆଲୋଚନା କରାଯାଇଛି । ଏଥିସହ ସ୍ୱାଭିମାନ ଅଞ୍ଚଳର ବାସିନ୍ଦାଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଇଛି ।

ଡିଆରଡିଏ ବୈଠକ ପରେ ଜିଲ୍ଲାରେ ହେବାକୁ ଥିବା ଏୟାର ଷ୍ଟ୍ରିପ ହେବା ସ୍ଥାନକୁ ମଧ୍ୟ ଯାଇ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ । ମୌସୁମୀ ଆସିବା ପୂର୍ବରୁ ଆରମ୍ବ ହୋଇଥିବା ରାସ୍ତାକାମ ଗୁଡିକ ସାଧାରଣ ଲୋକଙ୍କର ଯାତାୟାତ ଯୋଗ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଣ ସଂଯୋଗୀକୃତ ଜନବସତି କୁ ରାସ୍ତା ଦ୍ଵାରା ସଂଯୋଗୀ କାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୃଷି ଓ ମତ୍ସ୍ୟ ବିଭାଗ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜୀବନ ଜୀବିକା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦେଶକ ଡିଆରଡିଏ , ବନଖଣ୍ଡ ଅଧିକାରୀ,ଓ ଜିଲ୍ଲାର ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।