ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା) ମେଣ୍ଟ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ଉଭୟ ଦଳ ରାଜ୍ୟର ୪୮ଟି ଆସନରେ ନିଜର ପାର୍ଥୀ ଦେବେ । ତେବେ ଏ ବେସୁଦ୍ଧା ଆସନ ବୁଝାମଣା ଚୂଡାନ୍ତ ହୋଇନାହିଁ । ଆସନ ବୁଝାମଣା ପାଇଁ ଦୁଇଦଳ ମିଶି ଏକ କମିଟି ଗଠନ କରିଛନ୍ତି ବୋଲି ସପା ନେତା ଆବୁ ଆଜମୀ କହିଛନ୍ତି ।