ମହାନଦୀ ଜଳ ବିବାଦ କୋର୍ଟରେ ସବୁ ତଥ୍ୟ ରଖିବାକୁ ସରକାର ପ୍ରସ୍ତୁତ- ବିଜେଡି

ଭୁବନେଶ୍ବର:କଲମା ବ୍ୟାରେଜର ୪୬ ଗେଟ୍ ଖୋଲିବା ଘଟଣାରେ ରାଜ୍ୟସରକାର ସୁପ୍ରିମକୋର୍ଟରେ ସବୁ ପ୍ରକାର ତଥ୍ୟ ରଖିବେ । ଶୁଣାଣି ସମୟରେ ସବୁ ତଥ୍ୟ ରଖିବାକୁ ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସରକାରୀ ଦଳ ମୁଖପାତ୍ର । କେବଳ କଲମାରୁ ଓଡିଶାକୁ ନଜଣାଇ ପାଣିଛାଡିବା ନୁହେଁ ,ଖରାଦିନେ ପାଣଇ ଅଟକାଇ ରଖଇବା ସଂପର୍କରେ ବି କୋର୍ଟରେ ତଥ୍ୟ ରଖଆଯିବ ବୋଲି କହିଛି ଶାସକ ଦଳ । ଗତକାଲି ଏହି ପ୍ରସଂଗରେ ମତ ରଖଇ ଜଳସଂପଦ ସଚିବ କହିଛନ୍ତି ସିଡବ୍ଲୁ୍ୟସି ପାଖରେ ସରକାର ଫେରାଦ ହେବେ । ଏହାକୁ ନେଇ ବିରୋଧୀ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛି । ଉଭୟ କେବଳ ରାଜନିତୀ କରୁଛନ୍ତି ବୋଲି କହିଛି କଂଗ୍ରେସ । ସେପଟେ ବିଜେପି କହିଛି ଶାଶକ ଦଳ ପାଖରେ କିଛି ତଥ୍ୟ ନାହଇଁ । ସରକାର କେବଳ ରାଜନିତୀ କରୁଛନ୍ତି । ଯଦି ଥଥ୍ୟ ରଖିବେ ବୋଲି ସରକାର କହୁଛନ୍ତି ତେବେ ସ୍ବାଗତ ଯୋଗ୍ୟ । ସରକାର ତଥ୍ୟ ରଖନ୍ତୁ ଆମେ ଏହାକୁ ସମର୍ଥନ କରିବୁ । ସେପଟେ ଛତିଶଗଡ ଓଡ଼ିଶାକୁ ଅଡୁଆରେ ପକାଇଛି କି? ବ୍ୟାରେଜରେ ଛତିଶଗଡ କଣ ବନ୍ୟା ପାଣି ଅଟକାଇ ପାରିବ କି। ଖରାଦିନେ କଲମା ବ୍ୟାରେଜର ଗୋଟିଏ ବି ଗେଟ୍ ଖୋଲିନଥିବା ଛତିଶଗଡ ଏକାଥରକେ ୪୬ ଗେଟ୍ ଖୋଲିବା ପୂର୍ବରୁ ଓଡିଶାକୁ ଅବଗତ କରାଇବା ଉଚିତ୍ ଥିଲା କି । ମହାନଦୀ ଜଳ ବିବାଦର ଏହି ଲାଟେଷ୍ଟ ଭର୍ସନକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ, ଏହା ପ୍ରତିବାଦରେ ରାଜ୍ୟ ସରକାର କେନ୍ଦ୍ରୀୟ ଜଳ ଆୟୋଗକୁ ଯେଉଁ ଚିଠି ଲେଖିବେ ତାର ଆଧାର କଣ ହେବ ସେନେଇ ଆରମ୍ଭ ହୋଇଛି ତର୍ଜମା । ଜଳ ସଂପଦ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଛତିଶଗଡ ଗେଟ୍ ଖୋଲିବା ପୂର୍ବରୁ ଓଡିଶାକୁ କାହିଁକି ସୂଚନା ନଦେଲା ତାଉପରେ ହିଁ ପ୍ରତିବାଦ କରିବ ଓଡ଼ିଶା। କିନ୍ତୁ କାହିଁକି ଏତେ ଗେଟ୍ ଖୋଲିଲା ତା ଉପରେ ନିରବ ରହିବ । କାରଣ ଏବେ ଓଡିଶାର ନଦୀ ଶୁଖିଲା, ହୀରାକୁଦ ଜଳ ଭଣ୍ଡାର ଶୁଖିଲା ଏବଂ କଲମା ଏକ ବ୍ୟାରେଜ ହୋଇଥିବାରୁ ସେଥିରୁ ପାଣି ଛାଡିବା ଏକ ସ୍ବାଭାବିକ ପ୍ରକ୍ରିୟା । ବିଶେଷଜ୍ଞ ବି କହୁଛନ୍ତି ଯେ ଏହି ଗେଟ୍ ଖୋଲିବାରେ ଓଡିଶାର କିଛି ଅସୁବିଧା ନାହିଁ । ଯେହେତୁ ମହାନଦୀକୁ ନେଇ ଦୁଇ ରାଜ୍ୟ ରାଜନୀତି କରୁଛନ୍ତି ସେଥିପାଇଁ ଏଭଳି ପ୍ରତିକ୍ରିୟା । କେବଳ ସେତିକି ନୁହେଁ, କଲମା ଗେଟ୍ ନଖୋଲିଲେ ମହାନଦୀର ଜଳସ୍ତର ଉପରମୁଣ୍ଡରେ କେତେ ରହୁଛି ତାହା ବି ଜାଣି ହେବନି । ସେଥିପାଇଁ ଗେଟ୍ ଖୋଲିବା ଉଚିତ୍ ବୋଲି ଜଳ ସଂପଦ ବିଭାଗର ଅଧିକାରୀ ମାନେ ମତ ଦେଉଛନ୍ତି । ଯୁକ୍ତି ବି ଦର୍ଶାଉଛନ୍ତି, ବନ୍ୟାଜଳ ଆସିଲେ ଯେଭଳି ଯୋବ୍ରା ଓ ମୁଣ୍ଡୁଳି ବ୍ୟାରେଜ୍ ଖୋଲାଯାଏ ତାହା ହିଁ କରିଛି ଛତିଶଗଡ । ତେଣୁ କଲମା ଗେଟ୍ ଖୋଲିବା ପ୍ରସଙ୍ଗକୁ ନେଇ ଯେଉଁ ବିବାଦ ଉଠିଲା ତାପଛରେ ରାଜନୈତିକ ଗନ୍ଧ ବାରି ହୋଇପଡିଛି । ଆଜି ପୁଣି ୩ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି । ମହାନଦୀର କେତେ ଜଳ ଓଡିଶା ଓ ଛତିଶଗଡ ବ୍ୟବହାର କରିବେ ତାର କୌଣସି ନୀତିଗତ ନିଷ୍ପତ୍ତି ନାହିଁ । କିନ୍ତୁ ଓଡିଶା ୬୦ ପ୍ରତିଶତ ଓ ଛତିଶଗଡ ୪୦ ପ୍ରତିଶତ ପାଣି ବ୍ୟବହାର କରିବେ ବୋଲି ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟ ରିପୋର୍ଟରେ ଅଛି । ବର୍ଷକୁ ହାରାହାରି ୨୦ ମିଲିୟନ ଏକର ଫିଟ୍ ଜଳ ପ୍ରବାହିତ ହେବା ଆକଳନ କରି ଏହି ଫର୍ମୁଲା ସ୍ଥିର ହୋଇଥିଲା । କିନ୍ତୁ ଏବେ ସ୍ଥିତି ଭିନ୍ନ । ଏମିତିକି କିଛି ବର୍ଷ ଅଧା ଜଳ ପ୍ରବାହିତ ବି ହେଉନି ମହାନଦୀରେ । ସେଥିପାଇଁ ମହାନଦୀର ଉପରମୁଣ୍ଡରେ ଜଳସ୍ତର ମେଣ୍ଟେନ କରିବାକୁ ଛତିଶଗଡ ପାଣି ଅଟକାଉଛି ବୋଲି ବିଶେଷଜ୍ଞ କହିଛନ୍ତି ।