ମହାନଦୀରେ ବୁଡିଗଲେ ୩ ଯୁବକ

ମହାନଦୀରେ ବୁଡିଗଲେ ୩ ଯୁବକ । କଟକ ଜୋବ୍ରା ନିକଟ ମହାନଦୀରେ ବୁଡିଗଲେ ୩ ଜଣ । ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ମହାନଦୀରେ ବୁଡି ୨ ଜଣ ନିଖୋଜ । ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।

ତେବେ ୨ ନିଖୋଜଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ । ମହାନଦୀ ପାଣିରେ ଖୋଜାଖୋଜି ଜାରି ରହିଛି । ୩ ଜଣ ଯୁବକ କେଉଁ ଅଞ୍ଚଳର ଜଣାପଡିନି ।