ମନ କୀ ବାତ୍; ଦେଶବାସୀଙ୍କୁ ଜଳ ସଂରକ୍ଷଣ ଓ ଡିଜିଟାଲ ପେମେଂଟ ଉପରେ ଗୁରୁତ୍ୱ ଦେବାକୁ କହିଲେ ମୋଦି

ଦେଶବାସୀଙ୍କୁ ମନ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ୮୮ତମ ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଜଳ ସଂରକ୍ଷଣ ଦିଗରେ ସଚେତନ ହେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନର କହିଛନ୍ତି, ଜଳ ପ୍ରତ୍ୟେକ ପ୍ରାଣି ପାଇଁ ପ୍ରଥମ ଆବଶାକତା ଅଟେ ।

କୌଣସି ବି ସୃଷ୍ଟି ପାଇଁ ଜଳର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ । ମୋଦି ନିଜ ଭାଷଣରେ ବାଲ୍ମୀକି ରାମାୟଣ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି, ବାଲ୍ମୀକି ରାମାୟଣରେ ମଧ୍ୟ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଡିଜିଟାଲ ଇଣ୍ଡିଆ ବିଷୟରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ଦେଶବାସୀ ଡିଜିଟାଲ ପେମେଂଟ କରିବାର ଆବଶ୍ୟକତା ରହିଛି । ଆଜି କାଲି ଛୋଟ ଗାଁଠୁ ଆରମ୍ଭ କରି ବଡ ସହର ପର୍ଯ୍ୟନ୍ତ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ହେଉଥିବା କହିଛନ୍ତି ମୋଦି । ଦେଶରେ ଦୈନିକ ୨୦ ହଜାର ଟଙ୍କାର ଡିଜିଟାଲ କାରବାର ହେଉଥିବାର ତଥ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଦେଶର ପ୍ରତିଟି ଜିଲ୍ଲାରେ ୭୫ ଟି ଲେଖାଏଁ ଅମୃତ ସରୋବର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।