ମନ୍ଦିର ବେଢ଼ାରେ ହେବ ମହାପ୍ରଭୁଙ୍କ ଚାପଖେଳ

ପୁରୀ: କରୋନା ପାଇଁ ଚଳିତ ବର୍ଷ ମନ୍ଦିର ବେଢ଼ାରେ ମହାପ୍ରଭୁଙ୍କ ଚାପଖେଳ ହେବ । ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ ସେଥିରେ ମହାପ୍ରଭୁଙ୍କ ଚାପ ଖେଳାଯିବ ବୋଲି ଜଣାପଡିଛି । ଶ୍ରୀମନ୍ଦିର ଭିତରେ ୨୧ ଦିନ ଧରି ଯାହା ନୀତିକାନ୍ତି ହେବା କଥା ସେ ସମସ୍ତ ନୀତିକାନ୍ତି କରାଯିବ । ସେହିଭଳି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ଅକ୍ଷୟ ତୃତୀୟା ନୀତି । ଏ ନେଇ ଚାଲିଥିବା ବୈଠକରେ ନିଷ୍ପତି ନିଆଯାଇଥିବା ନେଇ ସ୍ପଷ୍ଟ କରାଯାଇଛି ।

ଗତକାଲି ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ନୀତି ହେବାକୁ ଥିବାବେଳେ ଓ ଚନ୍ଦନ ଯାତ୍ରାର ବିଧି ମଧ୍ୟ ଶ୍ରୀ ମନ୍ଦିର ମଧ୍ୟରେ ହେବ । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଥିଲେ ।