ମନ୍ତ୍ରୀଙ୍କ ପରେ ଏବେ ସଚିବଙ୍କ ପାଳି

୩ ବର୍ଷର ରିପୋର୍ଟ ମାଗିଲେ ସରକାର

ମନ୍ତ୍ରୀ ମାନଙ୍କ ପରେ ଏବେ ସଚିବଙ୍କ ପାଳି । ସରକାରଙ୍କୁ ରିପୋର୍ଟ କାର୍ଡ ଦେବେ ପ୍ରତିଟି ବିଭାଗ । ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ ହେବ । ପ୍ରଥମ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ରିପୋର୍ଟ କାର୍ଡ ଦେବେ ସଚିବ ।

ବିଭାଗ ମାନେ କଣ କଣ ପଦକ୍ଷେପ ନେଇଛନ୍ତି ସେ ନେଇ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ସବୁ ବିଭାଗର ମୁଖ୍ୟଙ୍କୁ ଏ ନେଇ ଚିଠି ଲେଖି ରିପୋର୍ଟ ଦେବାକୁ କହିଛନ୍ତି । ତେବେ ପଞ୍ଚମ ପାଳିର ୩ବର୍ଷ ପୂରଣ ପୂର୍ବରୁ ପୂର୍ବରୁ ଜଳେସଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ପଛୁଆ ବର୍ଗ କମିଶନର ପୁନର୍ଗଠନ, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ନିରାପତ୍ତା ନେଇ BSKY ଯୋଜନା, ପକ୍କା ଘର ନିର୍ମାଣ ଓ ବିଜୁ ଏକ୍ସପ୍ରେସ ଓ୍ବେ ମୋଟ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସବୁ ବିଭାଗର ସମୀକ୍ଷା ପରେ ଆଇଏଏସ ସ୍ଥରରେ ଅଦଳବଦଳ କରାଯିବ ବୋଲି ଜଣାପଡିଛି ।