ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ମହିଳା ଉଦ୍ୟୋଗ ମେଳା । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେଉଥିବା ଏହି ମେଳାରେ ସାମିଲ୍ ହୋଇଛନ୍ତି ୧୦୦ ମହିଳା ଉଦ୍ୟୋଗୀ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ୱିମେନ୍ ଏଂଟରପ୍ରେନ୍ୟୁରଶିପ୍ କାଉନସିଲ୍ ଦ୍ୱାରା ଆୟୋଜିତ ଏହି ମେଳାକୁ ଭର୍ଚୁଆଲ୍ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମେଳାର ପ୍ରଥମ ଦିବସରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି । ଏହି ସ୍ୱତନ୍ତ୍ର ମେଳାରେ ପ୍ରତିଦିନ ବ୍ୟବସାୟ ଭିତିକ ଆଲୋଚନା ଚକ୍ର ଆୟୋଜିତ ହେବ । ମହିଳା ଉଦ୍ୟୋଗୀ ନିଜ ନିଜ ଉଦ୍ୟୋଗକୁ ବିଶ୍ୱ ବଜାରରେ କିଭଳି ପହଂଚାଇ ପାରିବେ, ସେ ନେଇ ହେବ ଆଲୋଚନା । ମହିଳା ଉଦ୍ୟୋଗୀଙ୍କୁ ଆଗକୁ ବଢ଼ିବା ପାଇଁ ଏହି ମେଳା ଆତ୍ମବିଶ୍ୱାସ ବଢ଼ାଇବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।