ଭିତର କନିକା ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ନପାଇବା ପ୍ରସଂଗ:ତୃଟି ମାନିଲେ ମନ୍ତ୍ରୀ ,କହିଲେ ତିନୋଟି କାରଣ ଦାୟୀ ଦର୍ଜମା କରିବେ ସରକାର

ଭୁବନେଶ୍ବର:ଜୌବ ବିଭିଦତାରେ ପରିପୂଣ୍ଣ ଓଡିଶାର ଜାତୀୟ ଉଦ୍ୟାନ ଭିତରକନିକା । ବଉଳା କୁମ୍ଭିର ଓ ଗହୀର ମଥା ଅଲିଭ ରିଡଲେ କଇଁଛ ପାଇଁ ସାରା ବିଶ୍ବରେ ପରିଚତ ଏହି ଜାତୀୟ ଉଦ୍ୟାନ । ହେଲେ ଏବେ ଏହି ଜାତୀୟ ଉଦ୍ୟାନ ବିଶ୍ବ ଐତିହ୍ୟ ତାଲିକାରୁ ବାଦ ପଡିଛି । ୟୁନେସ୍କୋ ପକ୍ଷରୁ ପୋଲାଣ୍ଡର କ୍ରାକଓ୍ବ ଠାରେ ବସିଥିବା ବିଶ୍ବ ଐତିହ୍ୟ କମିଟି ଭିତର କନିକାକୁ ର କେତେକ ତୃଟିକୁ ବିଚାର କରି ଏହି ତାଲିକାରୁ ବାଦଦେଇଛନ୍ତି ।ଏହାକୁ ନେଇ ଅସନ୍ତୋସ ପ୍ରକାଶ କରିଛନ୍ତି ପରିବେଶବିତ । ସେପଟେ ସରକାର ଏହି ତୃଟିକୁ ସ୍ବିକାର କରିବା ସହ ୟୁନେସ୍କୋର ଚିଠି ମିଳିବା ପରେ ଜବାବ ରଖିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
ବିସ୍ତିନ୍ନ ବେଳାଭୂମି । ବ୍ୟାପକ ଲୁଣା ଜଙ୍ଗଲ । ବିରଳ ପ୍ରଜାତିର ଅଲିଭରିଡଲେ କଇଁଛଙ୍କ ଅ୍ତୁଡିଶାଳ । ବଉଳା କୁମ୍ଭିରଙ୍କ ପେଣ୍ଟସ୍ଥଳି । ନାନା ପ୍ରଜାତିର ପଶୁ ପକ୍ଷୀଙ୍କ କୋଲାହଳ ମୟ ଜୌବ ବିଭିଦତାରେ ପରିପୂଣ୍ଣ ରାଜକନିକାର ଭିତର କନିକା ଜାତୀୟ ଉଦ୍ୟାନ । ତାଥାପି ବିଶ୍ବ ଐତିହ୍ୟ ତାଲିକାରୁ ବାଦ ପଡିଲା ଭିତର କନିକା । ଜୌବ ବିଭିଦତାରେ ପରିପୂଣ୍ଣ ଓଡିଶାର ଏହି ଜାତୀୟ ଉଦ୍ୟାନରେ ଥିବା କେତେକ ଲାକୁନା ଦେଖି ୟୁନେସ୍କୋ ପକ୍ଷରୁ ପୋଲାଣ୍ଡର କ୍ରାକଓ୍ବ ଠାରେ ବସିଥିବା ବିଶ୍ବ ଐତିହ୍ୟ କମିଟି ଭିତରକନିକାକୁ ଏହି ତାଲିକାରୁ ବାଦ ଦେଇଛନ୍ତି । ସରକାରୀ ଅବହେଳା ଓ ପାରିପାର୍ଶିକ ଅବସ୍ଥାରେ ଉନ୍ନତି ଆଣି ନଥିବା ସାଙ୍ଗକୁ ସରକାର ରଖିଥିବା ତଥ୍ୟରେ ତାଳ ମେଳ ନଥିବାରୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ବ ସ୍ତରରେ ତାର ଗୁରୁତ୍ବ ହରାଇଚି ବୋଲି ଅଭିଯୋଗ କରିଛନ୍ତି ପରିବେଶ ବିତ ।
ଭିତର କନିକାକୁ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ୨୦୦୯ରେ ରାଜ୍ୟ ସରକାର ୟୁନେସ୍କୋ ପାଖରେ ଆବେଦନ କରିଥିଲେ । ଗତ ନଭେମ୍ବର ୪ରେ ୟୁନେସ୍କୋ ଟିମ ଶେଷଥର ଲାଗି ଭିତର କନିକା ସର୍ବେକ୍ଷଣ କରିଥିଲେ । ହେଲେ ଭିତର କନିକା ଭିତରେ ଜନ ବସତି ରହିବା,ପାଟ୍ରେଲିଙ୍ଗ ଅଭାବରୁ ଜାତୀୟ ଉଦ୍ୟାନ ଭିତରେ ମାଛମରାଯିବା ଉପରେ ଆପତ୍ତି ଉଠାଇଛି କମିଟି । ଏହା ସହ ଗହିର ମଥାକୁ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସ୍ଥଲି ରୁଷିକୁଲ୍ୟା ଓ ଦେବୀ ମୁହାଣକୁ ଜାତୀୟ ଉଦ୍ୟାନ ସହ ସାମିଲ କରିବାକୁ ୟୁନେସ୍କୋ ପ୍ରସ୍ତବ ଦେଇଛି । ଚିଠି ମିଳିବା ପରେ ସରକାର ତର୍ଯ୍ୟମା କରିବେ ଓ କିପରି ଭିତର କନିକା ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇବ ସେନେଇ ପଦକ୍ଷେପ ନିଆଯିବ ବୋଲି ଜଙ୍ଗଲ ଓ ପିବେଶମନ୍ତ୍ରୀ କହିଛନ୍ତି ।
୬୭୨ ବର୍ଗ କିଲୋମିଟର ହେୁଛି ଭିତରକନିକା ଜାତୀୟ ଉଦ୍ୟାନ । ପୃଥିବୀର ଦୀର୍ଘତମ ବଉଳା କୁମ୍ବିର ଏଠାରେ ଥିବାରୁ ଏହି ଉଦ୍ୟାନ ଗ୍ରିନିଜ ବୁକ ଅଫ ରେକଡରେ ସ୍ଥାନ ପାଇଛି ।