ଭାରତ ବନ୍ଦ ପାଇଁ ଘୁଞ୍ଚିଲା ପିଲାଙ୍କ ପରୀକ୍ଷା

ରାଜ୍ୟରେ ଆଜି ଓ ଆସନ୍ତା କାଲି ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାକୁ ନେଇ ପୁରା ଦେଶରେ ବସ୍ ଚଳାଚଳ ସହ ଅନ୍ୟାନ୍ୟ ଗମନାଗମନ ସୁବିଧା ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୁଇ ଦିନ ପାଇଁ ସମସ୍ତ ପରୀକ୍ଷା ଘୁଞ୍ଚାଇଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୁପକ୍ଷ ।

ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ଏହା ଅଧୀନରେ ଥିବା ସମସ୍ତ କଲେଜ ଗୁଡିକରେ ପରୀକ୍ଷା ଘୁଞ୍ଚାଇବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ମଧ୍ୟ ପରୀକ୍ଷା ଘୁଞ୍ଚାଯାଇଛି ଭାରତ ବନ୍ଦ କୁ ଦୃଷ୍ଟିରେ ରଖି । ତେବେ ଆସନ୍ତାକାଲି ପରେ ଘୁଞ୍ଚାଯାଇଥିବା ଦୁଇଟି ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯାଇ ପିଲାମାନଙ୍କ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।