ଶ୍ରୀନଗର: ବାଲାକୋଟ ଆକ୍ରମଣ ପରେ ପ୍ରତିଦିନ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରୁଛି । ଏନେଇ ଭାରତୀୟ ସେନା ଜବାବ ଦେଉଥିବା ଦେଖିବାକୁ ମିଳୁଛି । ବାରମ୍ବାର ଏଭଳି ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ କାରଣରୁ ବହୁ ଧନଜୀବନ ନଷ୍ଟ ହେଉଛି । ତେବେ ଏହାର କଡା ମୁକାବିଲା ପାଇଁ ଗୁରୁବାର ଭାରତୀୟ ସେନା ନିୟନ୍ତ୍ରଣ ରେଖାରେ ଏକ ବଡ଼ ଧରଣର ଅପରେସନ୍ ଚଳାଇଥିଲା । ଯାହାଫଳରେ ୨ଜଣ ଅଫିସରଙ୍କ ସମେତ ୧୨ଜଣ ପାକିସ୍ତାନ ସେନା ନିହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ୨୨ଜଣ ପାକିସ୍ତାନୀ ସୈନିକ ଆହତ ହୋଇଥିବା ଜଣାପଡିଛି ।
କାଶ୍ମୀରର ସୁନ୍ଦରବନୀ ଇଲାକାରେ ଏହି ଆକ୍ରମଣ ହୋଇଥିଲା । ଗୁରୁବାରଦିନ ପାକିସ୍ତାନ ପଟୁ ଗୁଳିମାଡ ଯୋଗୁଁ ଜଣେ ଭାରତୀୟ ରାଇଫଲମ୍ୟାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଉପରୋକ୍ତ ଅପରେସନ କରିଥିଲା । ତେବେ ଏହି ଘଟଣାକୁ ସେନା ପକ୍ଷରୁ ଯଥାସମ୍ଭବ ଗୁପ୍ତ ରଖାଯାଇଛି । ଗତ କାଲି ପାକିସ୍ତାନର ଏକ ଏମଆଇ-୧୭ ହେଲିକାପ୍ଟର ଭାରତ ସୀମା ଭିତରକୁ ଆସି ପାକିସ୍ତାନୀ ସୈନିକଙ୍କ ମୃତଦେହକୁ ନେଇଯାଇଥିଲେ । ଭାରତୀୟ ସେନା ପକ୍ଷରୁ ପାକ ସେନାକୁ ଏହି ମୃତଦେହଗୁଡ଼ିକ ହସ୍ତାନ୍ତର କରାଯାଇଥିଲା ।